ଟ୍ରେନରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି

ଭୁବନେଶ୍ୱର : ଧାନବାଦ ଏକ୍ସପ୍ରେସରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣା । ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି କଲା ଜିଆରପି । ୩ ଟି ନମ୍ବର ହେଲା 9438122528, 9438916892, 7008297947… ନିଜ ନାମ ଗୋପନ ରଖି ପରିଚୟ ଜଣାଇପାରିବେ । ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ ୩ ଟି ସ୍ପେଶାଲ ଟିମ ତଦନ୍ତ କରୁଛି । ଧାନବାଦ ଓ ଭୁବନେଶ୍ୱର ମଧ୍ୟରେ ସମସ୍ତ ଷ୍ଟେସନରେ ସିସିଟିଭି ଯାଞ୍ଚ ଚାଲିଛି । ଏବଂ ମୃତଦେହ ନିକଟରୁ ମିଳିଥିବା ମୋବାଇଲ SFSL କୁ ପଠାଯାଇଛି । S5 ବଗିରେ ଥିବା ସମସ୍ତ ଯାତ୍ରୀଙ୍କୁ ପଚରାଉଚରା ଚାଲିଛି । ପୂର୍ବରୁ ଷ୍ଟେସନ ଓ ଟ୍ରେନ ପରିସରରେ ପୋଷ୍ଟର ମାରିଥିଲା GRP ।

ପୂର୍ବରୁ Grp ପୋଲିସକୁ ମିଳିଥିଲା ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ। ମୃତ ମହିଳାଙ୍କ ବେକକୁ କୌଣସି ଏକ ମୁନିଆ ଜିନିଷରେ ଆଘାତ ହୋଇଥିବା ଅନୁମାନ କରାଯାଇଥିଲା । ମହିଳାଙ୍କ ବେକରେ ଏକ କ୍ଷତ ଚି଼ହ୍ନ ରହିଥିବା ଜଣାପଡିଥିଲା। ମୃତଦେହରେ ଅନ୍ୟ କେଉଁଟି କ୍ଷତ ଚି଼ହ୍ନ ନାହିଁ ବୋଲି କୁହାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରିଥିବା grp ପୋଲିସ ସନ୍ଦେହ କରିଥିଲା।

nis-ad
Leave A Reply

Your email address will not be published.