ମାଲକାନଗିରି (କାଲିମେଳା) : ଆଜି କାଲିମେଳା ଏସଆଇ ଡି ସୁନାନୀଙ୍କ ନେତୃତ୍ୱରେ କାଲିମେଳା ପୋଲିସ ଟିମ୍ ଚାକିରୀ କରାଇ ଦେବା ନାରେ ଠକେଇର ମୁଖ୍ୟ ଅଭିଯୁକ୍ତ ସୁରେଶ କୁମାର ପଣ୍ଡା ବୟସ ୪୮ବର୍ଷଙ୍କୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି । ବିଭିନ୍ନ ପ୍ରକାର କାରବାରରେ ସମ୍ପୁକ୍ତ ବ୍ୟକ୍ତିଙ୍କୁ ଶିକ୍ଷକ, ଡାକ୍ତରୀ, TPSODL ଇତ୍ୟାଦି କମ୍ପାନୀ ଏବଂ ସରକାରୀ ଚାକିରୀ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବାସହ ସମ୍ପୃକ୍ତ ବ୍ୟକ୍ତି ଵିଶେଷଙ୍କ ଠାରୁ ପ୍ରାୟ ଚାରି ଲକ୍ଷ ଅଠେଇଶ ହଜାର ଟଙ୍କା ଠକି ନେଇଥିଲା । ଆଶାୟୀ ମାନେ କୌଣସି ଚାକିରୀ କିମ୍ବା ଟଙ୍କା ଫେରସ୍ତ ନପଇ ଥାନାର ଦ୍ୱାରସ୍ତ ହୋଇଥିଲେ । କାଲିମେଲା ପୋଲିସ ପକ୍ଷରୁ କେସ୍ ନମ୍ବର 250, D 01.10.2022, U / s 417/420 IPC ତଦନ୍ତ କରିବାସହ ଅଭିଯୁକ୍ତ ଙ୍କୁ ଭୁବନେଶ୍ୱରୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ OD02AJ-2324 ନଂ ର ଫୋର୍ଡ ଇକୋ କାର ଭିଭୋ ମୋବାଇଲ୍ ଫୋନର ଦୁଇଟି ଆଧାର୍ କାର୍ଡ, ପାନ୍ କାର୍ଡ, 8 ଟି ସ୍ମାର୍ଟ ମୋବାଇଲ୍ ପେମେଣ୍ଟ ମେସିନ୍ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତ କୁ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.