ଅଭିଯୁକ୍ତଙ୍କୁ ଗିରଫ ପରେ ଗ୍ରାମବାସୀଙ୍କ ରାସ୍ତାରୋକ, ହିଞ୍ଜିଳିକାଟୁ ଠାରୁ ଶେରଗଡ ଯାତାୟାତ ଠପ୍‌

ହିଞ୍ଜିଳିକାଟୁ (୨୬।୪) : ଶେରଗଡ ଥାନା ଅନ୍ତର୍ଗତ ସୁନାନ୍ଥର ଗ୍ରାମରେ ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟି ୧୩ ଜଣ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ! ଉଭୟ ଗୋଷ୍ଠୀର ଏତଲା କ୍ରମେ ପୃଥକ ମାମଲା ୨୧୬ଓ ୨୧୭ /୨୩ ରେ ମାମଲା ରୁଜୁ କରି ମଙ୍ଗଳବାର ସୁନାନ୍ଥର ଗ୍ରାମର ନିରଞ୍ଜନ ଜେନା ଓରଫ କାଳିଆ ସହ ମୋଟ ୧୩ ଜଣଙ୍କୁ ଗିରଫ କରିଛି ଶେରଗଡ ପୋଲିସ। କାଳିଆ ନିର୍ଦ୍ଦୋଷ ବୋଲି ଦାବି କରି ସୁନାନ୍ଥର ଓ ଧନନ୍ତର ଗ୍ରାମର ଶତାଧିକ ମହିଳା ଓ ପୁରୁଷ କାଳିଆ କୁ ଗିରଫ ପ୍ରତିବାଦରେ ବୁଧବାର ଶେରଗଡ ଥାନା ଆଗରେ ଧାରଣା ଦେବା ସହ ସୁନାନ୍ଥର ଗ୍ରାମ ଛକ ରେ କାଠ ଗଣ୍ଡି ସହ ଟାୟାର ଜାଳି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହିଞ୍ଜିଳିକାଟୁ ଠାରୁ ଶେରଗଡ ଯାତାୟାତ ଠପ ହୋଇଥିଲା ।ଘଟଣା ରୁ ପ୍ରକାଶ ଥାଉକି ଗୋଟିଏ ଗୋଷ୍ଠୀର ସଞ୍ଜୟ କୁମାର ଗୌଡ ସୋମବାର ସଂନ୍ଧ୍ଯାରେ ଗାଧୋଇବାକୁ ଯିବା ସମୟରେ ଵିରୋଧ ଗୋଷ୍ଠୀ ଠେଙ୍ଗା, କାତି, କୁରାଢି ଆଦି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଟି ସଂଘର୍ଷ ହୋଇ ସଞ୍ଜୟ ଙ୍କ ସହ ସଞ୍ଜୟ ଙ୍କ ପିତା ଗନ୍ତାୟତ, ସଞ୍ଜୟ ଙ୍କ ସ୍ତ୍ରୀ ଙ୍କ ସହ ମୋଟ ୭ ଜଣ ଆହତ ହୋଇ ପ୍ରଥମେ ଶେରଗଡ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା। ଅନ୍ୟପକ୍ଷରେ ସରପଞ୍ଚ ଗୋଷ୍ଠୀର ୪ ଜଣ ଆହତ ହୋଇଥିବା ପୋଲିସ କହିଛି। ଏନେଇ ଗନ୍ତାୟତ ଗୌଡ ଶେରଗଡ ଥାନାରେ ମାରଣାତ୍ମକ ଆକ୍ରମଣ ନେଇ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଶେରଗଡ ଥାନାରେ ୨୧୬।୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ଶେରଗଡ ପୋଲିସ । ଅନ୍ୟପକ୍ଷରେ ସରପଞ୍ଚ ଗୋଷ୍ଠୀର ଏତଲା କ୍ରମେ ଶେରଗଡ ଥାନା ରେ ୨୧୭।୨୩ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଶେରଗଡ ପୋଲିସ । ମଙ୍ଗଳବାର ରାତିରେ ସୁନାନ୍ଥର ଗ୍ରାମର ସରପଞ୍ଚ ଙ୍କ ପିତା ନିରଞ୍ଜନ ଜେନା ଓରଫ କାଳିଆ ସହ ମୋଟ ୧୩ ଜଣଙ୍କୁ ଗିରଫ କରିଥିବା ଶେରଗଡ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ପୁଲିସ ଆକ୍ରମଣକ।ରୀଙ୍କୁ ଗିରଫ କରିନାହିଁ ନିର୍ଦ୍ଦୋଷ ଙ୍କୁ ଗିରଫ କରିଛି ବୋଲି କହି ଵୁଧବାର ସକ।ଳ ୯ଘଣ୍ଟା ଠାରୁ ସୁନାନ୍ଥର ଛକରେ ଶେରଗଡ ଠାରୁ ହିଞ୍ଜିଳିକାଟୁ ରାସ୍ତା ଟାୟାର ସହ କାଠଗଣ୍ଡି ଜାଳି ପଥ ଅବରୋଧ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ରାସ୍ତା ଅବରୋଧ ହୋଇଥିବାରୁ ଉଭୟ ପାର୍ଶ୍ବରେ ଗାଡ଼ି ଗୁଡ଼ିକ ଅଟକି ରହିଛି । ଯ।ତ୍ରୀବ।ହୀ ବସ ଓ ଅନ୍ୟସବୁ ଗାଡ଼ି ଗୁଡ଼ିକ ଅଟକି ରହିଥିବ।ରୁ ଯ।ତ୍ରୀମ।ନେ ହଇର।ଣ ହେଉଥିବ। ଦେଖିବ।କୁ ମିଳିଛି ।ଏନେଇ ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରି ଶେରଗଡ ଥାନାରେ ଆସିକା ଥାନା ଅଧିକାରୀ, ଗାଙ୍ଗପୁର, କୋଦଳା, ଧରାକୋଟ, ବଡଗଡ, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ ପହଞ୍ଚି ଲୋକଙ୍କୁ ଵୁଝାସୁଝା କରି ଅପରାହ୍ନ ୩ଟା ରେ ରାସ୍ତା ରୋକ ହଟିଥିଲା। ସମସ୍ତ ୧୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶେରଗଡ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି।ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ସୁଚନା ପ୍ରଦାନ କରିଛନ୍ତି |

nis-ad
Leave A Reply

Your email address will not be published.