ଭୁବନେଶ୍ବର : ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ (STIR) ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। “ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଭାରତର ବିପଦରେ ଥିବା ଆଦିବାସୀ ଭାଷା ଏବଂ ସେମାନଙ୍କୁ ସଂରକ୍ଷଣର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଡକ୍ଟର ଶୀନ୍ତନୁ କୁମାର ଦାସଙ୍କ ସ୍ୱାଗତ ସହିତ କର୍ମଶାଳା ଆରମ୍ଭ ହୋଇଥିଲା। ଡ. ଦାସ ବକ୍ତାମାନଙ୍କୁ ପରିଚିତ କରାଇ ଆଦିବାସୀ ଭାଷା ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ବକ୍ତାମାନଙ୍କ ମଧ୍ୟରେ ମାନ୍ୟବର ଅଧ୍ୟକ୍ଷ ଡ.ପରମାନନ୍ଦ ପଟେଲ, ଏସ ଟି ଆଇ ଆର୍ ର ନିର୍ଦ୍ଦେଶକ ଡ.ଶାନ୍ତନୁ କୁମାର ଦାସ, ଅନ୍ୟତମ ଏସ ଟି ଆଇ ଆର୍ ର ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ଜେନା, ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ, ବିଶ୍ଵ ବିଦ୍ୟାଳୟର କୁଳସଚିବ ଡ.ଅଭୟ କୁମାର ନାୟକ,ନୃତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର କାହ୍ନୁ ଚରଣ ଶତପଥୀ, ଅନ୍ୟାନ୍ୟ ପ୍ରଫେସର୍ ତଥା ପରିବେଶବିତ୍ ଡ. ରିନା ରାଉତ ପ୍ରମୁଖ ଯୋଗଦେଇଥିଲେ। ପ୍ରତ୍ୟେକ ବକ୍ତା ଏହି ବିଷୟ ଉପରେ ସେମାନଙ୍କର ମୂଲ୍ୟବାନ ଜ୍ଞାନ ବାଣ୍ଟିଥିଲେ ଏବଂ ଦର୍ଶକମାନଙ୍କୁ ଆଦିବାସୀ ଭାଷା ସଂରକ୍ଷଣରେ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ ।
ବୈଷୟିକ ଅଧିବେଶନ ମଧ୍ୟରେ ଆଦିବାସୀ ଭାଷା ସଂରକ୍ଷଣର ମହତ୍ଵ ବିଷୟରେ ଅଧିକ ଗଭୀର ସୂଚନା ପ୍ରଦାନ କରାଗଲା। ଅନ୍ୟତମ ଏସ ଟି ଆଇ ଆର୍ ର ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ଜେନାଙ୍କ ଉପସ୍ଥିତି ରେ ଡ. ସୁଶ୍ରୀ ସଂଗୀତା ମହାନ୍ତିଙ୍କ ବିଷୟବସ୍ତୁ ସହିତ ଥିମେଟିକ୍ ପରିଚୟ ସହିତ ଅଧିବେଶନ ଆରମ୍ଭ ହୋଇଥିଲା ଯେଉଁଥିରେ ଭିଡିଓ ଏବଂ ଚିତ୍ତାକର୍ଷକ ସ୍ଲାଇଡ୍ ଅନ୍ତର୍ଭୂକ୍ତ କରାଯାଇଥିଲା ଏବଂ ପରେ ଡ.ପରମାନନ୍ଦ ପଟେଲ ବୈଷୟିକ ବିଚାରଣରେ ଶାଗଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ। ବକ୍ତାମାନେ ସଂସ୍କୃତିର ସଂରକ୍ଷଣରେ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ଭାଷା ହଜିଗଲେ ସାଂସ୍କୃତିକ ପରିଚୟ ହରାଇବାକୁ ଆଲୋକପାତ କରିଥିଲେ। ଆଦିବାସୀ ଭାଷା ସଂରକ୍ଷଣ ପାଇଁ ସରକାର ଏବଂ ଅନ୍ୟାନ୍ୟ ସଂଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଷୟିକ ଅଧିବେଶନ ପରେ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଦର୍ଶକ ବକ୍ତାମାନଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯାଇଥିଲା। ବକ୍ତାମାନେ ଛାତ୍ର ଛାତ୍ରୀଙ୍କର ବିଭିନ୍ନ ଭ୍ରମୀତ୍ମକ ଧାରଣା ସବୁକୁ ସ୍ପଷ୍ଟ କରିଥିଲେ ଏବଂ ଧର୍ଯ୍ୟର ସହିତ ପ୍ରଶ୍ନର ଉତ୍ତର ଦେଇଥିଲେ।
ବିଭିନ୍ନ ବିଭାଗର ଛାତ୍ର-ଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କର୍ମଶାଳାକୁ ଏକ ବଡ଼ ସଫଳତା ଆଣିଦେଇଥିଲେ। ଆଦିବାସୀ ଭାଷାକୁ ସଂରକ୍ଷଣ କରିବା ଏବଂ ଭାରତରେ ଭାଷାର ଭେଦ ଓ ଭାବକୁ ପାଳନ କରିବା ସହ ସଚେତନତା ସୃଷ୍ଟି କରିବା ଏହି କର୍ମଶାଳାର ଏକ ଉତ୍କୃଷ୍ଟ ପଦକ୍ଷେପ ଥିଲା। ଧନ୍ୟବାଦ ଅର୍ପଣ ସହିତ କର୍ମଶାଳା ସମାପ୍ତ ହେବାସହ ଏହା ଉପସ୍ଥିତ ସମସ୍ତିଙ୍କ ପାଇଁ ଏକ ସମୃଦ୍ଧ ଅନୁଭୂତି ଥିଲା।
ପରିଶେଷରେ, କର୍ମଶାଳା ଆମ ମଧ୍ୟରେ ବିଦ୍ୟମାନ ଥିବା ପ୍ରତ୍ୟେକ ଭାଷାକୁ ସଂରକ୍ଷଣ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା ଓ ଆଦିବାସୀ ଭାଷାର ବିଲୁପ୍ତ ହେତୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଯେପରି ନଷ୍ଟ ନହୁଏ ସେଥିପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।