ଭୁବନେଶ୍ୱର : ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍ କେସ୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୯୩ ।
ଏହି ସମୟରେ ମୋଟ୍ ୭ହଜାର ୫୭୧ କୋଭିଡ୍ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍ । ସୁସ୍ଥ ହୋଇଛନ୍ତି ୩୫୭ ଆକ୍ରାନ୍ତ । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୩ ହଜାର ୨୭୦କୁ ବୃଦ୍ଧି ହୋଇଛି ।