ମେ’ ୨୨ରୁ ମୁଖ୍ୟମନ୍ତ୍ରୀ କରିବେ ବିଭିନ୍ନ ବିଭାଗର ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ ମେ ୨୯ରେ । ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ। ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ । ମେ ୨୨ରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସବୁ ମନ୍ତ୍ରୀ ଦେବେ ନିଜ ବିଭାଗର ୫ ପ୍ରମୁଖ କାର୍ଯ୍ୟର ବିବରଣୀ। ୫-ଟି ଓ ‘ମୋ ସରକାର’ ଉପକ୍ରମ ସମ୍ପର୍କରେ ତଥ୍ୟ ଦେବେ। ରାଜ୍ୟର ବିକାଶ ଦିଗରେ ଏକ ନିଷ୍ଠା ଓ ନିରନ୍ତର ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି।

ସାଧାରଣ ଲୋକଙ୍କ ହିତରେ ସରକାର ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ଅଗ୍ରାଧିକାର ଭିତ୍ତିରେ ପାଳନ ସରକାରଙ୍କ ସର୍ବପ୍ରଥମ ଦାୟିତ୍ୱ। କଥାରେ ନୁହେଁ କାମରେ ବିଶ୍ୱାସ କରୁ, ଏକଥା ଆମେ ସ୍ପଷ୍ଚ ଭାବେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ମଧ୍ୟ ରଖି ସାରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ମେ ୨୨ ତାରିଖରୁ ବିଭିନ୍ନ ବିଭାଗର ସମୀକ୍ଷା କରାଯିବ।

ସୂଚନା ଅନୁସାରେ ମେ’ ୨୨ ତାରିଖରେ କୃଷି ଏବଂ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ହେବ। ୨୩ରେ ପୂର୍ତ୍ତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ୨୪ରେ ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସମୀକ୍ଷା ବୈଠକ ହେବ। ୨୫ରେ ଜଳସମ୍ପଦ, ଉଚ୍ଚ ଶିକ୍ଷା, ଯୋଜନା ଏବଂ ବିଭାଗର ବୈଠକ ହେବ। ୨୬ ତାରିଖରେ ଗୃହ ଓ ନଗର ଉନ୍ନୟନ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ।

nis-ad
Leave A Reply

Your email address will not be published.