ବିବାହ ଉତ୍ସବକୁ ଆସି ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ

ଅନୁଗୁଳ :  ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ୩ ଦିନ ତଳେ ଜଣେ ଯୁବକ ଏକ ବିବାହ ଉତ୍ସବକୁ ଆସି ନିଖୋଜ ଥିବା ବେଳେ ଆଜି ତାଙ୍କ ମୃତଦେହ ବାଲିପଟ୍ଟା ତେଲିପୋଲ ନିକଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଠାକୁରଗଡ ଥାନା କରଡାବାହାଳ ଗ୍ରାମର ଅମର ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ , ଠାକୁରଗଡ ଥାନା କରଡାବାହାଳ ଗ୍ରାମର ଅମର ସାହୁ ୩ ଦିନ ତଳେ ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ଆସିଥିଲେ । ତେବେ ସନ୍ଧ୍ୟା ପରେ ଅମରଙ୍କ କୌଣସି ପତା ମିଳିନଥିଲା । ଏନେଇ ସମ୍ପର୍କୀୟ ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନପାଇବାରୁ ଗତ କାଲି ସକାଳେ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଅମରଙ୍କ ମୃତଦେହ ଓ ମୋଟରସାଇକେଲ ବାଲିପଟ୍ଟା ତେଲିପୋଲ ନିକଟରେ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ସମ୍ପର୍କୀୟ ଓ ପୋଲିକୁ ଖବର ଦେଇଥିଲେ। ଖବର ପାଇ ଛେଣ୍ତିପଦା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ଅନ୍ୟପକ୍ଷରେ ଅମରଙ୍କ ପରିବାର ଓ ସମ୍ପର୍କୀୟ ଘଟଣା ସ୍ଥଳରେ ପହଞ୍ଚି ଅମରକୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.