ସିମାନ୍ତ ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ହମ୍‌ଲାରେ ୧୧ ଯବାନ ସହିଦ…

ମାଲକାନଗିରି :ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । କୁମ୍ବି ଅପରେସନ ସାରି ଫେରୁଥିବା (DRG) ଯବାନଙ୍କ ଗାଡିକୁ ଆଇଡି ବିସ୍ଫୋରଣ ଦ୍ୱାରା ନକ୍ସଲ ମାନେ ଉଡାଇଦେଥିବା ସୂଚନା ମିଳିଛି । ଏହି ଆକ୍ରମଣ ରେ ୧୦ଜଣ ଯବାନ ସହିତ ଜଣେ ଗାଡିଚାଳକ ସହ ସହିଦ ହୋଇଛନ୍ତି ୧୧ ଜଣ । ଏହାସହ ସର୍ଚ୍ଚ ଅପରେସନ୍ ଜାରି ରହିଛି।ଡିଆରଜି ଯବାନଙ୍କ ନକ୍ସଲ ବିରୋଧୀ ଅପରେସନ ବେଳେ ଏହି ହମଲା ହୋଇଛି ଏଥିସହ ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ନେଇ ସୂଚନା ହୋଇଛି । ଏହି ଆକ୍ରମଣ ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଛି । ରାଜ୍ୟ ମୁଖ୍ୟ ମନ୍ତ୍ରୀ ଭୁପେଶ ବାଘେଲ ଏହି ଆକ୍ରମଣ ରେ ସହିଦ ଯବାନ ବଳିଦାନ ଵ୍ୟର୍ଥଯୀବ ନାହିଁ କହିବା ସହ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ବର୍ତ୍ତମାନ ଛତିଶଗଡ଼ ରେ ନକ୍ସଲ ଦମନ ଅନ୍ତିମ ପର୍ଯ୍ୟାୟରେ ରହିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.