ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ…

ଭୁବନେଶ୍ୱର: ହୋଟେଲରେ ବସିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ । ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ । ଖାଇବା ପିଇବା ଚାଲିଥିବା ବେଳେ ଗଣ୍ଡଗୋଳ । ବଚସାରୁ ହାତାହାତି । ଚେୟାରରେ ପିଟାପିଟି । ଗତକାଲି ଏକାମ୍ର ହାଟରେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ଆହତ ହୋଇଛନ୍ତି ଜଣେ ଗ୍ରାହକ ପ୍ରଭାତ ମାର୍ଥା । ହୋଟେଲରେ ଖାଇବା ପାଇଁ ଭିଡ ଲାଗିିଥିବା ବେଳେ ଚେୟାର ଖାଲି ନଥିବାରୁ ଗ୍ରାହକ ଠିଆ ହୋଇଥିଲେ ।

ପ୍ରଭାତ ଖାଇ ସାରି ଫେରିବା ବେଳେ ଗୋଟିଏ ଚେୟାର ଗ୍ରାହକଙ୍କ ଦେହରେ ବାଜି ଯାଇଥିଲା । ଏହାକୁ ନେଇ ଆରମ୍ଭ ହୋଇ ଯାଇଥିଲା ମାରପିଟ ଓ ଭଙ୍ଗାରୁଜା । ଖାରବେଳ ନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଗଣ୍ଡଗୋଳ ବେଳେ ସାଂସଦ ମମତା ମହାନ୍ତ ମଧ୍ୟ ସେହି ସ୍ଥାନକୁ ନିଜ ପରିବାର ସହ ଖାଇବାକୁ ଯାଇଥିଲେ । ଏତେ ଜୋରରେ ମାରପିଟ ହୋଇଥିଲା ଯେ ଟେବୁଲ ଉପରେ ଥିବା ତାଙ୍କ ଫୋନ୍‌ କୁଆଡ଼େ ହଜି ଯାଇଥିଲା । 

nis-ad
Leave A Reply

Your email address will not be published.