ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ଜଣେ ଛାତ୍ରଙ୍କର ଆପାର୍ଟମେଣ୍ଟର ୮ ମହଲା କୋଠାରୁ ଖସି ପ଼ଡି ମୃତ୍ୟୁ ହୋଇଛି । ଆଉ ଜଣେ କଲେଡ ହଷ୍ଟେଲରେ ଫ୍ୟାନରେ ଝୁଲି ପଡ଼ିଲେ । ଚନ୍ଦ୍ରମା ଆପାର୍ଟମେଣ୍ଟରୁ ଖସି ନ୍ୟାସନାଲ୍‌ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ଅନିରାଜ ଟୁଡୁଙ୍କର ମୃତ୍ୟୁ ହୋଇଛି । ସେ BALLL ଛାତ୍ର ଓ ଆଇନ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିଲା । ତାଙ୍କ ଘର ଭୁବନେଶ୍ୱର ଗଙ୍ଗନଗର । ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲା କୋଠାର ଗୋଟିଏ ରୁମକୁ ଯିବେ ବୋଲି ସିକ୍ୟୁରିଟି ଗାର୍ଡକୁ କହି ଯାଇଥିଲେ । ଯେଉଁ ରୁମକୁ ଯିବେ କହି ଯାଇଥିଲେ ସେଠାରେ ଦୁଇ ବର୍ଷ ହେବ କେହି ରହୁ ନଥିବା ସୂଚନା ମିଳିଛି ।

ଯଦି ସେହି ଫ୍ଲାଟରେ କେହି ରହୁନଥିଲେ ସେଠାକୁ କାହିଁକି ଯାଇଥିଲେ ଅନିରାଜ ? କେମିତି ୮ ମହଳା ଉପରୁ ଖସି ପଡ଼ିଲେ ତାକୁ ନେଇ ସସପେନ୍ସ । ଖାରବେଳନଗର ଥାନା ପୋଲିସ ଅଧିକ ଖୋଳତାଡ କରୁଛି । କଟକରେ ରହୁଥିବା ହଷ୍ଟେଲ ରୁମରୁ ସୁଇସାଇଡ୍‌ ନୋଟ୍‌ ମିଳିଛି । ସେହିପରି ଅନ୍ୟ ଏକ ଘଟଣାରେ ଭରତପୁର ଓୟୁଟିଆର ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ଖୋଳତାଡ କରୁଛି ପୋଲିସ । ମୃତ ଛାତ୍ରଙ୍କ ନାଁ ଶୁଭ୍ରଜିତ ରାଉତ । ସେ ଇଣ୍ଟିଗ୍ରେଟେଡ୍‌ ଏମଏସସି ଫିଜିକ୍ସ ଶେଷ ବର୍ଷ ଛାତ୍ର । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ହତ୍ୟା ଅଭିଯୋଗ ଆଣିଛନ୍ତି ଶୁଭ୍ରଜିତଙ୍କ ବାପା ।

ଗତକାଲି ଅପରାହ୍ନ ୪-୫ଟା ପରଠୁ ରୁମ୍‌ ଭିତରେ କବାଟ ବନ୍ଦ କରି ରହିଥିଲେ । ପରେ ସାଙ୍ଗମାନେ ଡାକିଥିଲେ ବି କବାଟ ଖୋଲି ନଥିଲେ ଶୁଭ୍ରଜିତ । ଭରତପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଖୋଳତାଡ କରୁଛି । ଦୁଇଟି ମାମଲାରେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ସେମାନଙ୍କର ମୋବାଇଲ୍‌ ଫୋନ୍‌କୁ ଜବତ କରି ଅଧିକ ଖୋଳତାଡ ଚାଲିଛି ।

nis-ad
Leave A Reply

Your email address will not be published.