ଭୋଟରଙ୍କୁ ପ୍ରଲୋଭନ କରୁଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ବିଲଗି ନିର୍ବାଚନ ମଣ୍ଡଳରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ମନ୍ତ୍ରୀ ମୁରୁଗେସ ନିରାନି ବିରୋଧରେ ଫ୍ୟାକ୍ଟ୍ରି ଷ୍ଟାଫ କ୍ବାଟର୍ସରୁ ୨୧.୪୫ ଲକ୍ଷ ଟଙ୍କାର ରୁପାର ୯୬୩ଟି ଦୀପ ଜବତ କରାଯିବା ପରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୧୭୧ଏଚ ଆଧାରରେ ମାମଲା ରୁଜୁ ହୋଇଛି।

ମୁଧୋଲ ଥାନାର ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଆମେ ମୁରୁଗେଶ ନିରାନୀ ବିରୋଧରେ ମାମଲା ରୁଜୁ କରିଛୁ। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମନୋଜ କୁମାର ମିଣାଙ୍କ ମୁତାବକ ମୁଧୋଲ ପୁଲିସ ୨୮କି‌ଲୋଗ୍ରାମ ଓଜନର ରୂପା ସାମଗ୍ରୀ ଜବତ କରିଛି।

ନିରାନିଙ୍କ ଚିନି ଫ୍ୟ‌ାକ୍ଟ୍ରିରୁ ଶୁକ୍ରବାର ରୁପା, ନଗଦ ୧.୮୨କୋଟି ଟଙ୍କା,୩୭.୬୪ଲକ୍ଷ ଟଙ୍କାର ଉପହାର, ୪୫.୨୫ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି।

ସିଇଓ କାର୍ଯ୍ୟାଳୟ ମୁତାବକ, ରାଜ୍ୟରେ ମୋଟ ନଗଦ ୮୨.୦୫ କୋଟି ଟଙ୍କା, ୧୯.୬୯ କୋଟି ଟଙ୍କାର ମାଗଣା ବସ୍ତୁ, ୫୬.୬୭କୋଟି ଟଙ୍କାର ମଦ, ୧୬.୫୫କୋଟି ଟଙ୍କାର ନିଶାଦ୍ରବ୍ୟ, ୭୩.୮ କୋଟି ଟଙ୍କାର ୧୪୫.୫୫କିଲୋଗ୍ରାମ ସୁନା ଓ ୪.୨୮କୋଟି ଟଙ୍କାର ୬୧୦କିଲୋଗ୍ରାମର ରୂପା ଜବତ ହୋଇଛି।

nis-ad
Leave A Reply

Your email address will not be published.