୮୦ ବର୍ଷ ପରେ ଦକ୍ଷିଣ ଚୀନ ସାଗରରୁ ମିଳିଲା ବୁଡିଯାଇଥିବା ଜାପାନୀ ଜାହାଜ

ବେଜିଂ: ପାଖାପାଖି ୮୦ ବର୍ଷ ପରେ ଦକ୍ଷିଣ ଚୀନ ସାଗରରୁ ଏକ ଜାପାନୀ ଜାହାଜର ଅବଶେଷ ମିଳିଛି | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଜାହାଜ ବୁଡିଯାଇଥିଲା | ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଅନ୍ୟପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଋଷ ଭଳି ଦେଶଙ୍କୁ ମଧ୍ୟ ବହୁତ କ୍ଷତି ସହିବାକୁ ପଡିଥିଲା । ୧୯୪୨ ମସିହାରେ, ଆମେରିକାର ଏକ ବୁଡ଼ାଜାହାଜ ଆକ୍ରମଣରେ ଏହି ଜାପାନୀ ଜାହାଜ ସମୁଦ୍ରରେ ବୁଡ଼ିଯାଇଥିଲା | ବର୍ତ୍ତମାନ ପ୍ରାୟ ୮୦ ବର୍ଷ ପରେ ଦକ୍ଷିଣ ଚୀନ୍ ସାଗରରେ ସେହି ଜାପାନୀ ଜାହାଜର ଅବଶେଷ ମିଳିଛି। ସେହି ଜାହାଜର ନାମ ଥିଲା- ଏସ୍ ମୋଣ୍ଟେଭିଡ଼ିଓ ମାରୁ | ଜାହାଜରେ ଜାପାନୀ ସୈନିକଙ୍କ ସମେତ ପ୍ରାୟ ୧୦୬୦ଜଣ କଏଦୀ ଥିଲେ। ଜାହାଜ ବୁଡ଼ିଯିବା କାରଣରୁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା |

ବନ୍ଦୀ ହୋଇଥିବା କଏଦୀଙ୍କ ମଧ୍ୟରେ ୮୫୦ ଜଣ ଅଷ୍ଟ୍ରେଲିଆର ଥିଲେ। ସେଥିପାଇଁ ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀମାନେ “ଦ୍ୱିତୀୟ ବିଶ୍ୱଯୁଦ୍ଧ” ର ବହୁ ବର୍ଷ ପରେ ମଧ୍ୟ ସମୁଦ୍ରରେ ଖୋଜାଖୋଜି କରୁଥିଲେ | ଯୁଦ୍ଧର ୮୦ ବର୍ଷ ପରେ ଏହି ଜାହାଜର ଧ୍ୱଂସାବଶେଷ ମିଳିବା ଏକ ବଡ କଥା, କାରଣ ଏହା ଟାଇଟାନିକ୍ ଠାରୁ ଅଧିକ ଗଭୀରତାରେ ମିଳିଛି, ତେଣୁ ଏହି ଜାହାଜର ଧ୍ୱଂସାବଶେଷ ଗବେଷଣା ପାଇଁ ରଖାଯିବ | ଉଲ୍ଲେଖ ଥାଉ କି ଯେ, ଏହି ଜାହାଜରେ ୧୪ଟି ଦେଶର ୨୧୦ ଜଣ ନାଗରିକ ମଧ୍ୟ ଥିଲେ। ଏହି ଜାହାଜ ପାପୁଆ ନ୍ୟୁ ଗିନିରୁ ଚାଇନାକୁ ବନ୍ଦୀ ସୈନିକମାନଙ୍କୁ ନେଇ ଯାଉଥିଲା | ତେବେ ଫିଲିପାଇନ୍ସ ନିକଟରେ ଏକ ଆମେରିକୀୟ ବୁଡ଼ାଜାହାଜର ଆକ୍ରମଣରେ ଏହି ଜାହାଜ ସମୁଦ୍ରରେ ବୁଡ଼ିଯାଇଥିଲା |

nis-ad
Leave A Reply

Your email address will not be published.