ଯୁବକ ମୃତ ଘଟଣା ନେଇ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ସଖିପଡା ଗ୍ରାମର ଲିପକ ପ୍ରଧାନମୃତ୍ୟୁ ଘଟଣା ନେଇ ଫୁଲବାଣୀ ପ୍ରେସ କ୍ଲବ୍‌ରେ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ହୋଇଛି l ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକ ଦାବି କରିଛନ୍ତି,ଏଥି ସହିତ ଯଦି ଆମକୁ ନ୍ୟାୟ ନ ମିଳିଲେ ଆମେ ମା ଓ ଭଉଣୀ ଆତ୍ମହତ୍ୟା କରିବୁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି l
ଯାହା ସୂଚନା ରହିଛି ଫିରିଙ୍ଗିଆ ଥାନା ଅନ୍ତର୍ଗତ ସଖୀପଡ଼ା ନିକଟ ଗଛରୁ ସଖୀପଡା ଗ୍ରାମର ଲିପକ ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା । ଏହାର ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି । ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l ରିପୋର୍ଟ ଆଧାରରେ ତଦନ୍ତ ହେବ ଓ ମୃତକଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବବୋଳି ଫିରିଙ୍ଗିଆ ଥାନା ଅଧିକାରୀ କହିଛନ୍ତି ।

nis-ad
Leave A Reply

Your email address will not be published.