ଡଙ୍ଗର ମହୋତ୍ସବରେ ଆଦିବାସୀ ନୃତ୍ୟର ତାଳେ ତାଳେ ଝୁମି ଝୁମି ନାଚିଲେ ବିଧାୟକ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଓ ଜିଲ୍ଲା ସଂସ୍କୃତି ପରିଷଦ କନ୍ଧମାଳର ମିଳିତ ସହଯୋଗରେ ଆୟୋଜିତ ତଙ୍ଗର ମହୋତ୍ସବ- ଆଦିବାସୀ ନୃତ୍ୟ ଓ ସଙ୍ଗୀତ ଆଜି ଉଦ୍‌ଘାଟିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ,କନ୍ଧମାଳ ବିଧାୟକ ଅଙ୍ଗଦ କହଁର,କନ୍ଧମାଳ’ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍, ସଚିବ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପ୍ରବୋଧ ରଥ ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ଏହି ତିନି ଦିନିଆ ମହୋତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ । ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ପରିବେଷିତ ହେବାକୁ ଯାଉଥିବା ଆଦିବାସୀ ନୃତ୍ୟ ଓ ସଙ୍ଗୀତ ନିଶ୍ଚିତଭାବେ କଳାକାରମାନଙ୍କୁ ଉତ୍ସାହିତ କରିବ। କାରଣ ଓଡ଼ିଶାର ପ୍ରତି ଜିଲ୍ଲାର କଳାକାର ମାନେ ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଆମ ଜିଲ୍ଲାର କଳାକାରମାନେ ମଧ୍ୟ ଭାଗନେଉଛନ୍ତି। ଜିଲ୍ଲାର କଳାକାରମାନଙ୍କ ପାଇଁ ଏହା ମଧ୍ୟ ଏକ ସୁଯୋଗ ଯେ, ସେମାନେ ଅନ୍ୟ ଜିଲ୍ଲାରୁ ଆସିଥିବା କଳାକାରମାନଙ୍କ ସହିତ ମିଶିବେ ଓ କଳା ସଂସ୍କୃତି ଓ ଭାବର ଆଦାନ ପ୍ରଦାନ କରିପାରିବେ ବୋଲି କନ୍ଧମାଳ ଜିଲ୍ଲାପାଳ କହିଥିଲେ l ୨୧.୦୪. ୨୦୨୩ ରୁ ୨୩.୦୪. ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ଏହି ଡଙ୍ଗର ମହୋତ୍ସବରେ ପ୍ରାୟ ୨୫ ଗୋଟି ଆଦିବାସୀ ନୃତ୍ୟକୁ ଜନସାଧାରଣ ଉପଭୋଗ କରିପାରିବେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ଵର ଦ୍ଵାରା ଏହି କଳାକାରମାନେ ଓଡ଼ିଶା ବାହାରକୁ ନୃତ୍ୟ ପରିବେଶଣ କରିବାକୁ ଯାଇ ବେଶ୍ ସୁନାମ ଅର୍ଜନ କରିଛନ୍ତି। ପ୍ରତିଟି ସନ୍ଧ୍ୟାର ସଂସ୍କୃତିକ କାର୍ଯ୍ୟକ୍ରମ ନିହାତିଭାବେ ସମସ୍ତଙ୍କ ମନୋରଞ୍ଜନ ପାଇଁ ଖୋରାକ୍ ଯୋଗାଇପାରିବ । ଆଜିର ଉଦ୍ଘାଟିତ ଡଙ୍ଗର ମହୋତ୍ସବରେ ଆଦିବାସୀ ନୃତ୍ୟର ତାଳେ ତାଳେ ଝୁମି ଝୁମି ନାଚିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର l
ଯାହାକି ଦର୍ଶକଙ୍କ ମୂଖ୍ୟ ଆକର୍ଷଣ ଥିଲା l ତେଣୁ ଅପ୍ରେଲ ୨୧, ୨୨ ଓ ୨୩ ପ୍ରତ୍ୟେକ ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍ ସ୍ଥାନ ବି.ଟିମ୍ ପଡ଼ିଆରେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଜନସାଧାରଣଙ୍କୁ ସାଦର ନିମନ୍ତ୍ରଣ କରାଯାଉଛି ।

nis-ad
Leave A Reply

Your email address will not be published.