ଯେକୌଣସି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଦାବି କରିବାକୁ ‘ଏନ୍‌ସିପି’ ପ୍ରସ୍ତୁତ: ଅଜିତ ପାୱାର୍‌

ମୁମ୍ବାଇ: ୨୦୧୪ ସାଧାରଣ ନିର୍ବାଚନ କାହିଁକି, ଯେକୌଣସି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଲାଗି ତାଙ୍କ ଦଳ ପ୍ରସ୍ତୁତ ରହିଛି ବୋଲି ଶୁକ୍ରବାର ଦିନ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ନେତା ଅଜିତ ପାୱାର୍‌ ‘ପୁଣେ ଡିଷ୍ଟ୍ରିକ୍ଟ୍‌ କୋଅପରେଟିଭ୍‌ ବ୍ୟାଙ୍କ୍‌’ରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପଦ ପାଇଁ ‘ଏନ୍‌ସିପି’ ଏତେ ବ୍ୟାକୁଳ କାହିଁକି ବୋଲି ପଚରାଯିବାରୁ ସେ କହିଲେ, ୨୦୦୪ରେ ‘ଏନ୍‌ସିପି’ କଂଗ୍ରେସ୍‌ଠାରୁ ଅଧିକ ଆସନ ପାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ପଦ ‘ଏନ୍‌ସିପି’କୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଥିଲା। କିନ୍ତୁ, ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ। ‘ଏନ୍‌ସିପି’ ହେଉଛି ଅଗ୍ରଣୀ ଦଳ। ସାଧାରଣ ନିର୍ବାଚନକୁ ଅପେକ୍ଷା କରିବା ପରିବର୍ତ୍ତେ ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀ ପଦ ଦାବି କରିବାକୁ ଆମେ ପ୍ରସ୍ତୁତ ହୋଇ ରହିଛୁ।

କିନ୍ତୁ, ଉପରୋକ୍ତ ବିବୃତି ସଂକ୍ରାନ୍ତରେ ସେ ଆଉ କୌଣସି ସବିଶେଷ ବିବରଣୀ ଦେଇ ନାହାନ୍ତି।

ଏହାଛଡ଼ା, ପାୱାର୍‌ ସମବାୟ ‌କ୍ଷେତ୍ର ସହିତ ଜଡ଼ିତ ଥିବା କେତେକ ସମସ୍ୟା ଏବଂ ‘ପୁଣେ ଜିଲ୍ଲା ସମବାୟ ବ୍ୟାଙ୍କ୍‌’ର କାର୍ଯ୍ୟଦକ୍ଷତା ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ। ଶୁକ୍ରବାର ଅପରାହ୍ଣରେ ସେ ଅହମଦ୍‌ ନଗର ରୋଡ୍‌ ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଅଜିତ୍‌ ପାୱାର୍‌ ହଠାତ୍‌ ନିର୍ଦ୍ଧାରିତ କରାଯାଇଥିବା ତାଙ୍କର ସବୁ ବୈଠକ ବାତିଲ୍‌ କରିବା ଏବଂ ‘ବିଜେପି’ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ଉପରେ ସମାଲୋଚନାମୂଳକ ଟିପ୍ପଣୀ ନ ଦେବା କଥାରୁ ତାଙ୍କର ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଥିଲା।

ମହାରାଷ୍ଟ୍ର ବିଧାନସଭା ବିରୋଧୀ ଦଳର ନେତା ଅଜିତ୍‌ ପାୱାର୍‌ ପୂର୍ବରୁ ଗୋଟାଏ ସାକ୍ଷାତ୍‌କାରରେ କହିଥିଲେ ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ଶତପ୍ରତିଶତ ଆଗ୍ରହୀ।

nis-ad
Leave A Reply

Your email address will not be published.