ସ୍ୱଭାବିକ ହେବାରେ ଲାଗିଛି ସମ୍ବଲପୁର ସହର

ସମ୍ବଲପୁର :  ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଶାନ୍ତି ଧିରେ ଧିରେ ଫେରିଛି। ଅଶାନ୍ତ ବାତାବରଣରୁ ମୁକ୍ତ ହେଇ ଜୀବନଯାତ୍ରା ସ୍ବଭାବିକ ହେବାରେ ଲାଗିଛି। ତେବେ ପ୍ରଶାସନ ପକ୍ଷରୁ ଶାନ୍ତି ପ୍ରତିଷ୍ଠା ପାଇଁ ଆଉ ପାଦେ ଆଗୁଆ ପଦକ୍ଷେପ ନିଆଯାଇ ସତଭାବନା ଓ ଭାଇଚାରା ସୃଷ୍ଟି ପାଇଁ ନିଆଯାଇଛି ନିଆରା ଏକ ପଦକ୍ଷପ।

ସହରରେ ଚାଲିଛି ଶାନ୍ତି ପ୍ରତିଷ୍ଠା ପାଇଁ ଶୋଭାଯାତ୍ରା । ଆଉ ସହରର ଦୋକାନୀ ମାନଙ୍କୁ ପୋଲିସ୍ ଉପସ୍ଥିତିରେ ଦିଆଯାଉଛି ଫୁଲ। ଏହାସହ ସମସ୍ତେ ଭାଇଚାରାର ବାତାବରଣ ସହ ଶାନ୍ତି ପ୍ରତିଷ୍ଠା ପାଇଁ ସନ୍ଦେସ ଦିଆଯାଇଛି । ସମ୍ବଲପୁର ବଡବଜାର ଓ କ୍ଷେତରାଜପୁର ଅଞ୍ଚଳରେ ଥିବା ସବୁ ସାମାଜିକ ସଂଗଠନ ଓ ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ଶୋଭାଯାତ୍ରାକୁ କ୍ଷେତରାଜପୁର ପୋଲିସ୍ ଷ୍ଟେସନ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏଥିରେ ସମ୍ବଲପୁର ପୋଲିସ ଏସପି ବାତୁଲା ଗଙ୍ଗାଧର ମଧ୍ୟ ଉପସ୍ଥିତ ରହିଥିଲେ।

ସହରର ଅଗ୍ରେସେନ ଭବନ ଠାରୁ ବାହାରିଥିବା ଶୋଭାଯାତ୍ରାରେ ବଡବଜାର ଓ କ୍ଷେତରାଜପୁର ଅଞ୍ଚଳରେ ଥିବା ସବୁ ଦୋକାନୀ ଓ ଲୋକଙ୍କୁ ଭାଇଚାରାର ବାର୍ତା ଦେବାପାଇଁ ଏସପି ନିଜେ ପ୍ରୟାସ କରିଥିଲେ। ଏଥିରେ ବଡବଜାର ଏକତା ଗୃପ, ସମ୍ବଳ , ମାରୱାଡ଼ି ଯୁବାମଞ୍ଚ, ବ୍ରାହ୍ମଣ ସମାଜ, ବଡବଜାର ମହରମ କମିଟି ସମେତ ବିଭିନ୍ନ ସଂଗଠନର ସଭ୍ଯ ମିଳିତ ଭାବରେ ଏକତା ଓ ଶାନ୍ତିର ବାର୍ତ୍ତା ଦେବା ପାଇଁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଆମେ ସମସ୍ତେ ଜାତି ଧର୍ମ ର୍ନିବିଶେଷରେ ସମସ୍ତେ ଏକ ଓ ଆମ ଭିତରେ ଏକତା ଓ ଭାଇଚାରାର ସୁସଂପର୍କ ଥିବା ନେଇ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ଶୋଭାଯାତ୍ରା ସାମିଲ ଥିବା ସଭ୍ଯମାନେ ଏହି ଅଞ୍ଚଳରେ ଥିବା ସବୁ ଦୋକାନୀ ଙ୍କୁ ଫୁଲ ଦେବାସହ ଆଲିଙ୍ଗନ କରି ଭାଇଚାରାର ର ନିଆରା ବାର୍ତ୍ତା ପ୍ରଦାନ କରିଥିଲେ lସମ୍ବଲପୁର ସହରରେ ଯଥାଶୀଘ୍ର ଶାନ୍ତି ଫେରି ପରିସ୍ଥିତି ପୂର୍ବ ଭଳି ସ୍ବାଭାବିକ ହେବା ନେଇ ସବୁଠି ଉଦ୍ୟମ ହେଉଥିବା ବେଳେ ଏସପିଙ୍କ ଏଭଳି ନିଆରା ପ୍ରୟାସକୁ ସାଧାରଣ ସ୍ବାଗତ କରାଯାଉଛି।

nis-ad
Leave A Reply

Your email address will not be published.