ଜିଲ୍ଲାରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (୨୧/୦୪): ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୨୩୧୩ ଗୋଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆଜି ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଅଭିଭାବକ- ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ସମୁଦାୟ ୧୦୧୫୮୯ ଜଣ ଅଭିଭାବକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ନିଜ ନିଜ ମତାମତ ବ୍ୟକ୍ତ କରିଥିଲେ ।ଗ୍ରୀଷ୍ମ ପ୍ରବାହ ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ ଓ ଅଭିଭାବକ ବୈଠକ ସକାଳ ୬.୩୦ ଘଟିକା ସମୟରେ ଆରମ୍ଭ ହୋଇ ୧୦.୩୦ ଘଟିକାରେ ଶେଷ ହୋଇଥିଲା।
ଶିକ୍ଷା ହିଁ ପ୍ରଗତିର ଚାବିକାଠି I ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ସାମଗ୍ରିକ ବିକାଶ ସମ୍ଭବପର ହୋଇଥାଏ।ଛାତ୍ରଛାତ୍ରୀମାନେ ସକାରାତ୍ମକ ମନୋଭାବ ପୋଷଣ କରିବା ଏକାନ୍ତ ଆବଶ୍ୟକI ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ପାଇଁ ସରକାର ବଦ୍ଧ ପରିକର I ଶିକ୍ଷା ସହିତ ଗୋଷ୍ଠୀର ସମ୍ପୃକ୍ତିକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି I ଗୋଷ୍ଠୀ ସଚେତନତା ଓ ଗୋଷ୍ଠୀ ସହଭାଗୀତା ହିଁ ଏହି ବୈଠକର ମୂଳ ଲକ୍ଷ୍ୟ ବୋଲି ମତପ୍ରକାଶ ପାଇଥିଲା।
ସେହିଭଳି ଗ୍ରୀଷ୍ମ ଅବକାଶ ସମୟରେ ଛାତ୍ରଛାତ୍ରୀମାନେ କିଭଳି ଭାବେ ନିଜକୁ ଶୈକ୍ଷିକ ତଥା ଅଣଶୈକ୍ଷିକ କାର୍ଯ୍ୟରେ ନିଜକୁ ନିୟୋଜନ କରିବେ, ଅଂଶୁଘାତ କୁ କିଭଳି ଭାବେ ମୁକାବିଲା କରିବେ, ମୋବାଇଲ ଫୋନର ଉପଯୁକ୍ତ ବ୍ୟବହାର ତଥା ଏହାର ଉପକାରିତା ଓ ଅପକାରିତା ଏବଂ ସର୍ବୋପରି ଅଭିଭାବକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି କିଭଳି ଭାବେ ସାଧିତ ହୋଇପାରିବ ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା I ବୈଠକ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା I
ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପଧାନ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅନ୍ୟାନ୍ୟ ଅଧିକାରୀଗଣ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଥିବା ବୈଠକରେ ଉପସ୍ଥିତ ରହି ଥିଲେ ଏବଂ ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ବୈଠକରେ ଆଶା ପ୍ରକଟ କରାଯାଇଥିଲା I

nis-ad
Leave A Reply

Your email address will not be published.