ଆଇପିଏଲ : ପଞ୍ଜାବକୁ ୨୪ ରନରେ ହରାଇଲା ବାଙ୍ଗାଲୋର୍

ମୋହାଲି : ମୋହାଲିଠାରେ ଖେ​ଳାଯାଇଥିବା ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବକୁ ୨୪ ରନରେ ପରାସ୍ତ କରିଛି ବାଙ୍ଗାଲୋର । ପଞ୍ଜାବ ଆଗରେ ୧୭୫ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ପଞ୍ଜାବ ୧୮.୨ ଓଭରରେ ୧୫୦ରନ କରି ଅଲଆଉଟ୍ ହୋଇଯାଇଥିଲା । ପଂଜାବ ପକ୍ଷରୁ ପ୍ରଭସିମରନ ସିଂ ୪୬ରନ ଓ ଜିତେଶ ଶର୍ମା ୪୧ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳ ଅଲଆଉଟ ହୋଇଯାଇଥିଲା । ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ୨୧ରନ ଦେଇ ୪ଟି ଓ୍ବିକେଟ ନେଇଥିଲେ । ସେହିପରି ଓ୍ବାନିଣ୍ଡୁ ହସଲଙ୍ଗା ୨ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋରର ଦୁଇ ଓପନର ଫାଫ ଡୁପ୍ଲେସିସ ଓ ବିରାଟ କୋହଲି ଦଳକୁ ଏକ ଚମତ୍କାର ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୩୭ରନ କରିଥିଲେ । ବିରାଟ ୫୯ରନ କରିଥିବାବେଳେ ଡୁପ୍ଲେସିସ୍ ୮୪ରନ କରିଥିଲେ । କିନ୍ତୁ ଏକ ଚମତ୍କାର ଆରମ୍ଭ ସତ୍ତ୍ବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା କାରଣରୁ ଦଳର ରନଗତି ଧିମେଇ ଯାଇଥିଲା । ଗ୍ଲେନ ମାକ୍ସଓ୍ବେଲ ଖାତା ଖୋଲିପାରିନଥିବାବେଳେ ଦିନେଶ କାର୍ତ୍ତିକ ୭ରନ ଓ ମହିପାଲ ଲାମରୋର ୭ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୭୪ରନ କରିଥିଲା । ପଞ୍ଜାବ ପକ୍ଷରୁ ହରପ୍ରିତ୍ ବ୍ରାର୍ ୨ଟି ଓ୍ବିକେଟ ନେଇଥିବାବେଳେ ନାଥନ ଏଲିସ ଓ ଅର୍ସଦୀପ ସିଂ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

nis-ad
Leave A Reply

Your email address will not be published.