ସ୍ବିଡ଼େନରୁ ଆସିଥିବା ମେସିନ୍ ଦ୍ଵାରା ସଫେଇ ହେଲା ବେଡ଼ାବନ୍ଧ…

ପରିବେଶ ପରିଚ୍ଛନ୍ନ ପାଇଁ ଲୋକଙ୍କ ସହଯୋଗ ଲଡିଲା ବିଏମସି

ବ୍ରହ୍ମପୁର : ସହରର ପୋଖରୀକୁ ସଫା କରିବା ନିମନ୍ତେ ଆମ୍ପିବିୟାନ୍‌ ଓ୍ବିଡ଼୍‌ ହାର୍‌ବେଷ୍ଟର ଭେସେଲ୍‌ ନାମକ ଏକ ଅତ୍ୟାଧୁନିକ ମେସିନ ସ୍ବିଡ଼େନରୁ ବ୍ରହ୍ମପୁରକୁ ଅଣାଯାଇଛି । ଏହି ମେସିନର ମୂଲ୍ୟ ୩ କୋଟି ଟଙ୍କା । ମେସିନ ବ୍ରହ୍ମପୁରରେ ପହଁଚିବା ପରେ ଆଜି ମେସିନ କୁ ଉଦଘାଟନ କରିବା ପରେ ଆଜି ପ୍ରଥମ କରି ୨୬ନଂ ୱାର୍ଡରେ ଥିବା ବେଡ଼ାବନ୍ଧର ସଫେଇ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବ୍ରହ୍ମପୁର କମିଶନର ଶ୍ରୀ ଜେ ସୋନାଲ, ଡେପୁଡି ମୟର ବିବେକ ରେଡ୍ଡୀ ଓ କର୍ପୋରେଟର ଏସଆରଜି ଗ୍ରୁପ ର ସମସ୍ତ ସଦସ୍ୟ ମାନେ ସ୍ଥାନୀୟ କର୍ପୋରେଟର ଧୀରେ୍ଶ ସାବତଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ । ମେସିନ ସହରର ବିଭିନ୍ନ ଗଳିକୁ ଯାଇ ସେଠାରେ ରହିଥିବା ପୋଖରୀରେ ପହଞ୍ଚି ତାହାକୁ ସଫେଇ କରିପାରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।


ବର୍ତ୍ତମାନ ସହରରେ ରହିଥିବା ପୋଖରୀକୁ ସଫା କରିବା ନିମନ୍ତେ ଏହି ମେସିନ ଭଲ କାମ କରିବ ବୋଲି ବିଏମ୍ ସି ପକ୍ଷରୁ ସୂଚନା ମିଳିଛି । ସହରରେ ୪୨ଟି ପୋଖରୀ ରହିଥିବା ବେଳେ କିଛି ପୋଖରୀର ଅବସ୍ଥା ଠିକ ନଥିବା ଜଣାପଡିଛି । ପୂର୍ବରୁ ଏହି ପୋଖରୀ ଗୁଡ଼ିକର ପାଣିକୁ ସହରବାସୀ ପାନୀୟ ଜଳ ଭାବେ ଗ୍ରହଣ କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ପାଣି ପାନୀୟ ଜଳ ତ ଦୂରର କଥା ବରଂ ଗାଧୋଇବା ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ହୋଇ ରହିନାହିଁ । ତେଣୁ ସହରରେ ରହିଥିବା ଆଗୁଳା ବନ୍ଧ, ଆଇନାବନ୍ଧ ଓ ହରଡ଼ାଖଣ୍ଡି ବନ୍ଧ ଏହି ୪ଟି ବୃହତ୍ତ ପୋଖରୀକୁ ପ୍ରଥମ ପର୍ଯ୍ୟାୟରେ ଏହି ମେସିନ୍‌ ସଫେଇ କରିବ ମହାନଗର ନିଗମ ନିଗମ କମିଶନର ଜେ ସୋନାଲ କହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସହରର ଆନ୍ୟନ୍ୟ ପୋଖରୀ ସଫେଇ କରାଯିବ ବୋଲି ସେ କହିଛନ୍ତି । ଏହି ମେସିନ ଦ୍ବାରା ସହରର ସମସ୍ତ ପୋଖରୀକୁ ସଫେଇ କରାଯିବା ପରେ ମୁକ୍ତା ଯୋଜନାରେ ପୋଖରୀ ପାର୍ଶ୍ବର ସୌନ୍ଦର୍ଯ୍ୟକରଣ କରାଯିବ । ଏହାସହିତ ବଡ଼ ପୋଖରୀ ଗୁଡ଼ିକରେ ବୋଟିଂର ବ୍ୟବସ୍ଥା କରାଯିବା ନେଇ ଯୋଜନା ରହିଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ ପୋଖରୀକୁ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନଙ୍କର ମଧ୍ୟ କିଛି ଦାୟିତ୍ବ ରହିଛି । ପୋଖରୀରେ କିଭଳି ଭାବେ କୌଣସି ଅଳିଆ ଆବର୍ଜନା ନ ପଡ଼େ ସେ ନେଇ ଲୋକେ ଧ୍ୟାନ ଦେବା ସହିତ ଏହାର ଚତୁଃପାର୍ଶ୍ବକୁ କିଭଳି ସଫା ସୁତୁରା ରହିବ ଏବଂ ବିଏମସିକୁ ଏହି ସଫେଇରେ ସହଯୋଗ କରିବାର ଆବଶ୍ୟକତା ରହିଛି l

nis-ad
Leave A Reply

Your email address will not be published.