ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

କଟକ  : ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ। ସୋସିଆଲ ସାଇନ୍ସ ପ୍ରଶ୍ନ ପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ । ଏହା ସହ ତ୍ରୁଟି ଶୂନ୍ୟ ମୂଲ୍ୟାୟନ ପାଇଁ ବୋଡ଼ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି ।

ବୋର୍ଡ ସଭାପତି ରାମସିଶ ହାଜରା ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳଳେ ସେମାନଙ୍କ ଖାତା ଦେଖା ପାଇଁ ୧୩ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିଲା ।ରାଜ୍ୟର ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ ଗତ ୩ ତାରିଖରୁ ଖାତା ଦେଖା କାର୍ଯ୍ୟ ଆରମ୍ଭ ହୋଇଥିଲା ।

nis-ad
Leave A Reply

Your email address will not be published.