5T ସଚିବଙ୍କୁ ଭେଟି ଦୁଃଖ ଜଣାଇଲେ ବୟସ୍କ ଦମ୍ପତି

ପୁରୀ: ବିଭିନ୍ନ ସମୟରେ ପୁରୀ ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥାନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ଏଥି ପାଇଁ ପ୍ରାୟ ସମୟରେ ସେ ପୁରୀ ଗସ୍ତ କରିଥାନ୍ତି। ଠିକ୍ ସେହିପରି ଆଜି ମଧ୍ଯ ପୁରୀ ଆସିଥିଲେ 5T ସଚିବ। ହେଲେ ଏହି ସମୟରେ କିଛି ଏମିତି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଭିକେ ପାଣ୍ଡିଆନଙ୍କ ବ୍ଯବହାରକୁ ଦେଖି ଖୁବ୍ ଖୁସି ହୋଇଥିଲେ ।

ଘଟଣାଟି ଥିଲା କି, ଆଜି ପୁରୀ ଗସ୍ତରେ ଆସିଥିବା ବେଳେ 5t ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟିଥିଲେ ଜଣେ ମହିଳା ଓ ତାଙ୍କ ସ୍ୱାମୀ। ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଉଛି 5tସଚିବ ସେମାନଙ୍କୁ ସ୍ନେହଭରା କଣ୍ଠରେ ପାଖକୁ ଡାକିଲେ ଆଉ ତାଙ୍କ ହାତରୁ କେଇପଦ ଲେଖାଥିବା ଦରଖାସ୍ତଟିକୁ ରଖିଥିଲେ। କେବଳ ସେତିକି ନୁହେଁ ଭଲକରି ପଢିବା ସହ ଜିଲ୍ଲାପାଳଙ୍କ ହାତକୁ ବଢାଇଦେଲେ। ଜିଲ୍ଲାପାଳ ମଧ୍ୟ ଏହାକୁ ଅତି ଗମ୍ଭିରତାର ସହ ଦେଖିବାର ପ୍ରତିଶ୍ରୁତି ଦେଲେ।

ତେବେ ଏମାନେ ହେଉଛନ୍ତି ପୁରୀ ଜିଲ୍ଲା ବାଟଗାଁ ଅଞ୍ଚଳର ବାସିନ୍ଦା। ସେମାନଙ୍କ କହିବା କଥା ହେଉଛି ୨୦୧୯ ମସିହା ଫନି ମହାବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ହେଲେ ଆଜି ଯାଏ ଘରଟିଏ ନକରିପାରିଥିବାରୁ ଆବାସ ଗୃହଟିଏ ପାଇଁ 5t ସଚିବଙ୍କ ପାଖକୁ ଆସିଥିଲେ। ଶ୍ରୀମନ୍ଦିର ପାଖରେ ସଚିବ ଆସିବା କ୍ଷଣି ତାଙ୍କୁ ଗୁହାରୀ ଜଣାଇଥିଲେ। ତେବେ ଦେଖାଯାଉ ଏହି ବୟସ୍କ ସ୍ୱାମୀ ସ୍ତ୍ରୀଙ୍କ ଗୁହାରୀ କେବେ ଶୁଣୁଛନ୍ତି ସରକାର। କେବେ ଏମାନଙ୍କ ଦୁଃଖ ବୁଝି ବଢାଉଛି ସହାୟତା ହାତ।

nis-ad
Leave A Reply

Your email address will not be published.