ମୋହନା ନିର୍ବାଚନ ମଣ୍ଡଳୀରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଗଜପତି //ମହୋନା : ଆଜି ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ମହିଳା ସଭାନେତ୍ରୀ ତଥା ରାୟଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀମତି ପୂର୍ଣ୍ଣବାସି ନାୟକଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ରାଜ୍ୟ ଓବିସି ଉପଦେଷ୍ଟା ତଥା ଗଜପତି ଜିଲ୍ଲା ସହ – ପର୍ଯ୍ୟବେକ୍ଷକ ଶ୍ରୀ ପୃଥିବୀରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ,ମୋହନା ବ୍ଲକ ବିଜେଡି ସଭାପତି ତଥା ଅଧ୍ୟକ୍ଷ ଶ୍ରୀ ରଞ୍ଜୀବ ଶବର, ରା. ଉଦୟଗିରି ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମନାରାୟଣ ଶବର, ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ଦଣ୍ଡାସି ସାହୁ, ଜିଲ୍ଲାର ସମସ୍ତ ସାଧାରଣ ସଂପାଦକ, ସହ ସଂପାଦକ, ଯୁଗ୍ମ ସମ୍ପାଦକ ,ଚାରୋଟି ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି , SDC ସଭ୍ୟ/ସଭ୍ୟା, MP ପ୍ରତିନିଧି ଗଣ, ଏଵଂ ମୋହନା ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କର୍ମୀ ତଥା ଆଇନଜିବୀ ଶ୍ରୀ ରାଜେନ୍ଦ୍ର ରଣଜିତ ,ବିଳାସ ନାୟକ ସମେତ ଶତାଧିକ ବିଜୁ କର୍ମୀଙ୍କ ସହଯୋଗରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୬ତମ ବିଜୁ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ OBC ରାଜ୍ୟ ବିଜେଡି ଉପଦେଷ୍ଟା ତଥା ଜିଲ୍ଲା ସହ- ପର୍ଯ୍ୟବେକ୍ଷକ ଶ୍ରୀ ପୃଥ୍ୱୀରାଜ ସାହୁ ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟୋରେ ପୁଷ୍ପମାଲ୍ୟାର୍ପଣ ସହ ଧୂପ ପ୍ରଜଳନ କରି ବିଜୁ ବାବୁଙ୍କ ଜୀବନୀ ବିଷୟରେ ଉଦବୋଧନ ଦେଇ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଆଗାମୀ ୨୦୨୪ ମସିହା ନିର୍ବାଚନ ପାଇଁ ରଣନୀତି ସହ ଦଳ ଭିତରେ ମତ ଭେଦ ଭୁଲି ସମସ୍ତ କର୍ମୀଙ୍କୁ ଆଗାମୀ ନିର୍ବାଚନରେ MP, MLA ପ୍ରାର୍ଥୀ ଙ୍କୁ ବିଜୟ କରାଇବା ପାଇଁ ଗୁରୁମନ୍ତ୍ର ଦେବା ସହ କର୍ମୀମାନଙ୍କୁ ଶପଥ ପାଠ କରାଇଥିଲେ । ଜିଲ୍ଲା ସାଧାରଣ ସଂପାଦକ ତଥା SDC ସଦସ୍ୟ ହାଡ଼ିଅl କନ୍ଧ ସଭାର ସଂଯୋଜନା କରିଥିଲେ। ସୁଚନା ପ୍ରକାରେ ଗଜପତି ଜିଲ୍ଲା BJD ସଭାପତି ଶ୍ରୀ ଜଗବନ୍ଧୁ ଦାସଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଏହି ତିରୋଧାନ ଦିବସ ଅବସରରେ ଅନୁପସ୍ଥିତ ଥିବା ଦଳୀୟସୂତ୍ରରୁ ସୂଚନା ମିଳିଛି , ତେବେ ଆଜିର ମୁଖ୍ୟ ଅତିଥି ଶ୍ରୀ ପୃଥିବୀରାଜ ସାହୁ ଙ୍କ ଦଳର ସଂଗଠନ ରଣନୀତିଙ୍କୁ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ଭୂୟସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.