ହିଞ୍ଜିଳିକାଟୁରେ ବିଜୁ ବାବୁଙ୍କ ୨୬ତମ ତିରୋଧାନ ଦିବସ ପାଳନ…

ହିଞ୍ଜିଳିକାଟୁ (୧୭।୪) : ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ସୋମବାର ପାଳନ କଲା ହିଞ୍ଜିଳି ବିଜେଡି। ବିଜୁବାବୁଙ୍କ ତିରୋଧାନ ଦିବସ କୁ ଅତିନାରାଡମ୍ବର ଭାବରେ ପାଳନ କରୁଛି ଵିଜେଡି। ବିଜୁ ବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ହିଂଜିଳିକାଟୁ ଵିଜେଡି ସଭାପତି ଭୀମସେନ ଵେହେରା ଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ଶତାଧିକ କର୍ମୀ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପୁର୍ତ୍ତଵିଭାଗ ଢାକ ବଙ୍ଗଳା ଠାରେ ଏକତ୍ରିତ ହୋଇଥିଲେ। ଶତାଧିକ ମହିଳା ଓ ପୁରୁଷ କର୍ମୀ ବିଜୁ ବାବୁ ବାବୁ ଅମର ରହେ ବିଜେଡି ଜିନ୍ଦାବାଦ ଧ୍ବନିରେ ସହର ପ୍ରକମ୍ପିତ ହୋଇ ପଟୁଆର ସହ ନଗର ପରିକ୍ରମା କରିଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଵିଜୁ ପଟ୍ଟନାୟକ ଛକ ସ୍ଥିତ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରର୍ତିମୁର୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରି ସେଠାରୁ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଶେଷରେ ହିଞ୍ଜିଳିକାଟୁ ତହସିଲ ଛକ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ଵିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସଂନ୍ଧ୍ଯାରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଵିଜୁ ପଟ୍ଟନାୟକ ଛକ ସ୍ଥିତ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରର୍ତିମୁର୍ତିରେମାଲ୍ୟର୍ପଣ ସହ ସମୁହ ଦୀପଦାନ କରି ସମୁହ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଈ ,ଓଡିଶା ଵିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ,ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ବିଜେଡି ନେତା ଅଜୟ କୁମାର ମହାରଣା, ଵିଜେଡି ନେତା ପ୍ରଦିପ କୁମାର ପଣ୍ଡା, ବିଜେଡି ନେତା କିରଣ କୁମାର ପଟ୍ଟନାୟକ,ବାବୁଲି ମହାପାତ୍ର,ହିଞ୍ଜିଳିକାଟୂ ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ ,ହୃଦ଼ୟାନନ୍ଦ ମହାପାତ୍ର ,ଆସିକା ସଂସଦ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, କାହ୍ନୁଚରଣ ଚୌଧୁରୀ ବରିଷ୍ଠ ବିଜେଡି ନେତା ଡି ବିଶ୍ୱନାଥ, ୬୭ ନଂ ଜିଲ୍ଲାପରିଷଦ ସଭ୍ୟ ବାଇ ଗୀତାଞ୍ଜଳି, ୬୮ ନଂ ଜିଲ୍ଲାପରିଷଦ ସଭ୍ୟ ଏ ସୁଦର୍ଶନ, ୬୯ନଂ ଜିଲ୍ଲାପରିଷଦ ସଭ୍ୟ ପ୍ରିତି ସାହୁ, କାଉନସିଲର ବସନ୍ତ ଵେହେରା, କାଉନସିଲର ବିଭୁ ପ୍ରସାଦ ପଣ୍ଡା ଙ୍କ ସହ ଵହୁ ଵିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲେ। ।

nis-ad
Leave A Reply

Your email address will not be published.