ଅସହାୟ ମହିଳା ହୋମଗାର୍ଡଙ୍କ ପରିବାରକୁ ସହାୟତା କଲା ହୋମଗାର୍ଡ ମହାସଂଘ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବର୍ତ୍ତମାନ ସୁବିଧା ଅସୁବିଧାରେ ସହଯୋଗୀ ସଂଘ ଭାବେ କାର୍ଯ୍ୟ କରି ଚାଲିଛନ୍ତି ହୋମ ଗାର୍ଡ ସଂଘ l ଆଜି ଫୁଲବାଣୀ ହୋମଗାର୍ଡ ମହାସଂଘ ଏପରି ଏକ ସହଯୋଗର ହାତ ବଢାଇ ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ପ୍ରକାଶ ଥାଉ କି ଫୁଲବାଣୀ ଟାଉନ ଥାନାରେ କାର୍ଯ୍ୟରତ ଅସହାୟ ହୋମଗାର୍ଡ ବବିତା ପଣ୍ଡାଙ୍କ ବାପା ମୃତ ନଟବର ପଣ୍ଡାଙ୍କ ଦଶାହ କାର୍ଯ୍ୟକ୍ରମଟିକୁ ଆଜି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କନ୍ଧମାଳ ଜିଲ୍ଲାର କର୍ମକର୍ତ୍ତା ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ରିତିନୀତି ଅନୁସାରେ ପାଳନ କରିଥିବା ଦେଖିବାକୁ ମିଳୁଛି। କାରଣ ମହିଳା ହୋମଗାର୍ଡ ବବିତା ପଣ୍ଡାଙ୍କ ପରିବାର ମୁଖିଆ କେହି ନଥିବାରୁ ସେ ମହାସଂଘ କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ିଥିଲେ। ଆଜି ନଟବର ପଣ୍ଡାଙ୍କ ଦଶାହ କାର୍ଯ୍ୟ ଦିନ କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାର। ଅସହାୟ ହୋମଗାର୍ଡ ବବିତା ପଣ୍ଡାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏକ ଶୋକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏବଂ ମହାସଂଘ ତରଫରୁ କିଛି ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ଉକ୍ତ ପରିବାରକୁ ମହାସଂଘ ପକ୍ଷରୁ ଦିଆଯାଇଥିବା ଦେଖିବାକୁ ମିଳୁଛି ତା ସହିତ ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅନ୍ନ ପ୍ରସାଦ ସେବନ କରିବା ସହିତ ମୃତ ନଟବର ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳୁଛି। ଉକ୍ତ କାର୍ଯ୍ୟକ୍ରମଟିକୁ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ଉପ ସଭାପତି ଅକ୍ଷୟ କୁମାର ରାୟ, ସମ୍ପାଦକ, ଶେଖ୍ ରିହାଜୁଦିନ୍, କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ସମ୍ପାଦକ ସପନ କୁମାର ମିଶ୍ର, ପରାମର୍ଶଦାତା, ସାମ୍ବାଦିକ କୁନା ଦିଗାଲ,ଟାଉନ ଥାନା ହୋମଗାର୍ଡ ସଂଘ ଉପ ସଭାପତି, ସାଫରିନ ଖାନ୍, ମହାସଂଘର ସଦସ୍ୟ, ଭଜରାମ ନାୟକ, ନୃସିଂହ ଡାକୁଆ, ଚିଦାନନ୍ଦ ଦାସ,ସୋରଜ କୁମାର ଦାସ,ସରସ୍ଵତୀ ନାୟକ ଏବଂ ଅନ୍ୟ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.