ଐତିହାସିକ ବାଲିଯାତ୍ରା ଉଦ୍‌ଯାପିତ

ନନ୍ଦାହାଣ୍ଡି : ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଳକ ଖୁଣ୍ଟିଆ ଗ୍ରାମ ରେ ଆୟୋଜିତ “ବାଲିଯାତ୍ରା” କାର୍ଯ୍ୟକ୍ରମ ରେ ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ମାନ୍ୟବର ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ ,ରାଜ୍ୟ ବିଜେପି କାର୍ଯ୍ୟାକାରଣୀ ସଦସ୍ୟ ଶ୍ରୀ ଗୈରୀ ମାଝୀ ଓ ମାନ୍ୟବର ନବରଙ୍ଗପୁର ବିଧାୟକ ଙ୍କ ସହଧର୍ମିଣି ଶ୍ରୀମତୀ କୌଶଲ୍ୟା ପ୍ରଧାନୀ ଯୋଗଦାନ କରିଥିଲେ।

ଏହି ଅବସରରେ ନନ୍ଦାହାଣ୍ଡି ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମାଝୀ,ନନ୍ଦାହାଣ୍ଡି ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅରୁଣ କୁମାର ମିଶ୍ର, ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଳା ମାଝୀ,ନନ୍ଦାହାଣ୍ଡି ଜୋନ୍ ୧ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦିବ୍ୟଦାନ ସୁନା, ନନ୍ଦାହାଣ୍ଡି ବ୍ଳକ ଉପାଧ୍ୟକ୍ଷ ଶ୍ରୀ ସଦନ ଗୌଡ଼,ନନ୍ଦାହାଣ୍ଡି ବିଧାୟକ ପ୍ରତିନିଧି ତଥା ନନ୍ଦାହାଣ୍ଡି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ଦୟାନିଧି ବିଷୋୟୀ, ନବରଙ୍ଗପୁର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଶ୍ରୀ ଜଗବନ୍ଧୁ ଜାନୀ,ନନ୍ଦାହାଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଅମି ଦିଶାରୀ ଓ ସମିତି ସଭ୍ୟା ଶ୍ରୀମତୀ ନିଳା ଭତରା, ନନ୍ଦାହାଣ୍ଡି ବ୍ଳକ ର ଅନେକ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା,ବିଜେଡ଼ି କର୍ମକର୍ତ୍ତା ଓ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲା ଆଜି ଖୁଣ୍ଟିଆ ଗ୍ରାମରେ ବହୁ ପ୍ରତିକ୍ଷିତ ବାଲିଯାତ୍ରା ଆଜି ଶେଷ ହୋଇ ଯାଇଛି | ଏହି ବାଲିଯାତ୍ରା ରେ ପାରମ୍ପାରିକ ବିଶ୍ୱାସ ର ଦେବାଦେବୀ ସ୍ୱରୁପ ଗଦି, ଲାଠି, କୁର୍ଚି , ଶିରା ଦିସାରି, ମାଝି ପୁଜାରୀ ବାଦ୍ୟ ମହୁରୀ ନାଚ ଗୀତରେ ଝୁମି ଶହ ଶହ ଲୋକ ଯୋଗ ଦେଇଥିଲେ । ଏହି ବାଲି ଯାତ୍ରା ଦୀର୍ଘ ବର୍ଷରୁ ପାରମ୍ପରିକ ଭାବେ ଚାଲି ଆସୁଅଛି। ଆଦିବାସୀ ମାନଙ୍କର ଏହି ବାଲି ଯାତ୍ରା ଏକ କୃଷି ଭିତ୍ତିକ ପର୍ବ ହୋଇ ଥିବାରୁ ଏହାକୁ ଵେଷ ଧୁମ ଧାମ ରେ ପାଳନ କରାଯାଇଥାଏ।

ସାଧାରଣତଃ ଏହି ବାଲି ଯାତ୍ରା ୧୨ଵର୍ଷରେ ଥରେ ହୋଇଥାଏ । ଏହି ବାଲି ଯାତ୍ରା କରିବା ଦ୍ୱାରା ଚାଷବାସ ଭଲ ହୋଇଥାଏ ବୋଲି ସାଧାରଣରେ ଏକ ଧାରଣା ରହି ଆସିଅଛି । ଏବଂ ଗ୍ରାମବାସୀ ମାନେ ମଧ୍ୟ ସୁସ୍ଥ ରହିଥାନ୍ତି ବୋଲି ଗ୍ରାମବାସୀଙ୍କ ମତ । ଏହି ଆଦିବାସୀ ମାନଙ୍କ ବାଲି ଯାତ୍ରା ରେ ଆଣିଥିବା ବାଲିରେ ଗ୍ରାମ ର ପ୍ରତ୍ୟେକ ଘରୁ ଧାନ, କାନ୍ଦୁଲ,ମୁଗ,ବିରି,ମକା, ମାଣ୍ଡିଆ ଝଟା, ଆଦି ଅନେକ ପ୍ରକାରର ବିହନ ଉପଯୋଗୀ ଶସ୍ୟ ଗଜା କରି ପୂଜା କରାଯାଇଥାଏ ।

nis-ad
Leave A Reply

Your email address will not be published.