ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରଧାନ ଦିବସ ପାଳିତ

ଫୁଲବାଣୀ : ଓଡ଼ିଶାର ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ଵ ବିଜୁ ପଟ୍ଟନାୟକ ହେଉଛନ୍ତି ଅନ୍ୟତମ l ଓଡ଼ିଶାର ସମଗ୍ର ଯୁବ ପିଢ଼ି ତାଙ୍କ ଆଦର୍ଶ ଦ୍ଵାରା ଆକର୍ଷିତ । ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ଏବଂ ଓଡ଼ିଶାରେ କଳକାରଖାନା ଓ ସ୍ଥାପିତ କରି ଯୁବ ପିଢି ଙ୍କୁ ସେଥିରେ ନିଯୁକ୍ତି ଦେବା ସହ ସମସ୍ତ୍ ଯୁବ ପିଢିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେ ସର୍ବଦା ଚେଷ୍ଟା କରିଥିଲେ l ବୈଷୟିକ ବିଜ୍ଞାନ କ୍ଷେତ୍ରରେ ରାଜ୍ୟକୁ ଆଗେଇ ନେବା ତାଙ୍କର ସ୍ଵପ୍ନ ଥିଲା l ସେଥିପାଇଁ ସେ ପାରାଦୀପରେ ଏକ ବୃହତ୍ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ । ଏହିପରି ଏକ କିମ୍ବଦନ୍ତୀ ପୁରୁଷଙ୍କ ପୂଣ୍ୟ ତିଥିରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ପରେ ସ୍ଥାନୀୟ ନଦୀଖଣ୍ଡି ସାହି ସ୍ଥିତ ନେହେରୁ ପାର୍କ ନିକଟସ୍ଥ ସାଲୁଙ୍କି ନଦୀ ଘାଟରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ବରେ ତିଳ ତର୍ପଣ କାର୍ଯ୍ୟ କରି ସାରିବା ପରେ ମୁଖ୍ୟ ବଜାର ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ସମେତ ସମସ୍ତ ବିଜେଡି କର୍ମୀ ପୁଷ୍ପ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେହିପରି ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ପରେ ବିଜୁ ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ ଓ ଛାତ୍ର ସଭାପତି ସୁନିଲ ସେଠୀଙ୍କ ନେତୃତ୍ୱରେ ଜୀବନ ବିନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଏହି ରକ୍ତଦାନ ଶିବିରରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଯୋଗ ଦେଇ ଥିବା ବେଳେ ଓ ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ , ମହିଳା ସଭାନେତ୍ରୀ ପୁନମ କଂହର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ରାଜ୍ୟ ମହିଳା ଉପ ସଭାନେତ୍ରୀ ତଥା ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର, ଫିରିଙ୍ଗିଆ ବ୍ଲକ ଅଧକ୍ଷ୍ୟ,ଫୁଲବାଣୀ ବ୍ଲକ ଅଧକ୍ଷ୍ୟ,ପୌର ପରିଷଦ ଉପାଦକ୍ଷ୍ୟା ଶ୍ରୀମତୀ ପାୟଲ ବେହେରା, ଯୁବ ଉପସଭାପତି ପାର୍ଥ ସାରଥୀ ବିଶ୍ୱାଳ,ପ୍ରିୟ ମିଶ୍ର ,ରାକେଶ ମିଶ୍ର, ଛାତ୍ର ଉପସଭାପତି ପ୍ରବୀଣ ବେହେରା, ବାବୁଲା ବେହେରା, ଦେବାଶିଷ ବେହେରା, ସନ୍ଦୀପ ମହାନ୍ତି ,ରବୀନ୍ଦ୍ର ଷଡଙ୍ଗୀ, କାଉନସିଲର ମଧାବି ମିଶ୍ର, କାଉନ୍ସିଲର ତଥା ବିଜେଡି ମିଡିଆ ସଂଯୋଜକ ରାଜେନ୍ଦ୍ର ପାଢ଼ୀ, ତ୍ରିଲୋଚନ କଂହର, ନଗର ସଭାପତି ବିମଳ ପାଢ଼ୀ, ମେଡିକାଲ ଷ୍ଟାଫ ଡ଼ଃ ଜୟଦୀପ କୁମାର ଘୋଷ,ସକେତ୍ରଣୀ ନାୟକ, ଆଖି କଂହର, ଲକ୍ଷ୍ମୀ କାନ୍ତ ମଣ୍ଡଳ,ସଂଯୁକ୍ତା ଦଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ସନ୍ଧ୍ୟାରେ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ସମ୍ମୁଖରେ ସମୁହ ଦୀପଦାନ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

nis-ad
Leave A Reply

Your email address will not be published.