କିଟ୍‌ ଛାତ୍ରୀ ତ୍ରିଷ୍ଣା ରାୟ ଜିତିଲେ ମିସ୍‌ ଟିନ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ୍‌

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟ ଫ୍ୟାସନ ସ୍କୁଲ୍‌ ଛାତ୍ରୀ ତ୍ରିଷ୍ଣା ରାୟ ଚଳିତବର୍ଷର ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩ ଟାଇଟଲ ହାସଲ କରିଛନ୍ତି । ଅପ୍ରେଲ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନ୍ୟାସ୍‌ନାଲ୍‌ ପିଜିଏଣ୍ଟ ଅଫ୍‌ ମିସ୍‌ ଟିନ୍‌ ଦିବା ୨୦୨୨ ପ୍ରତିଯୋଗିତାରେ ତିଷ୍ଣା ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ବିୟୁଟି ଉଇଥ ବ୍ରେନ୍‌ସ, ରାମ୍ପ ୱାକ, ସ୍ପିଚ୍‌ ରାଉଣ୍ଡ ଓ ‘ମିସ୍‌ ଟିନ୍‌ ଇଣ୍ଡିଆ ଇଷ୍ଟ’ ଆଦି ଜଟିଳ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶେଷରେ ସେ ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩ ଟାଇଟଲ୍‌ ହାସଲ କରିଥିଲେ ।

ଏହାପରେ ସେ ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ । ଗ୍ଲାମ୍‌ ଆନନ୍ଦ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଭାରତ ୨୪ ଚ୍ୟାନେଲ୍‌ ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ତ୍ରିଷ୍ଣାଙ୍କ ସଫଳତାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଟ୍‌ ଫ୍ୟାସନ୍‌ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନ ସହ ବିଭିନ୍ନ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୁଯୋଗ ଦିଆଯାଉଥିବାରୁ ଏଭଳି ସଫଳତା ମିଳିପାରୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ସହିତ ସେ କିଟ୍‌ ଫ୍ୟାସନ୍‌ ସ୍କୁଲ୍‌ର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.