ଠାକୁରଙ୍କୁ ମୁଣ୍ଡିଆ ମାରି ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲୁଟେରାଙ୍କ ଠାକୁର ଭକ୍ତି । ଭଗବାନଙ୍କୁ ମୁଣ୍ଡିଆ ମାରି ଲୁଟ୍‌ କଲେ ଲୁଟେରା । ସିସିଟିଭିରେ କଏଦ ହେଲା ଏ ସବୁର ଭିଜୁଆଲ । ଭୁବନେଶ୍ୱର ଗଜପତି ନଗରରେ ବଡ଼ ଧରଣର ଲୁଟ୍‌ ହୋଇଛି । ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଅଫିସରେ କଳାକନା ବୁଲାଇଛନ୍ତି ୪ ଦୁର୍ବୃତ୍ତ । ଗ୍ରୀଲ୍‌ ତାଡି ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ନଗଦ ୩ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ମଧ୍ୟ ଲୁଟ୍‌ ହୋଇଛି । ଲୁଟ୍‌ର ଭିଡିଓ ସିସିଟିଭିରେ କଏଦ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ୪ ଜଣ ଲୁଟେରା ଆସିଥିଲେ । ଦୁଇଜଣ ବାହାରେ ଥିବାବେଳେ ଅନ୍ୟ ଦୁଇଜଣ ଭିତରକୁ ପଶିଥିଲେ । ଘର ଭିତରକୁ ପଶିବା ପୂର୍ବରୁ ଠାକୁରଙ୍କୁ ଜୁହାର ହୋଇଥିଲେ । ପରେ ଘର ଭିତରେ ଏକ ଘଣ୍ଟା ଧରି ଲୁଟ୍‌ କରିଥିଲେ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ଓ ଫରେନସିକ୍‌ ଟିମ୍‌ ।

ତେବେ ଭିଜୁଆଲ୍ ରେ ଦେଖିବାକୁ ମିଳୁଛି, ଲୁଟେରା ମାନେ ଝରକା ଭାଙ୍ଗି ଘର ଭିତରେ ପଶୁଛନ୍ତି । ଏହାପରେ ସାରା ଘର ବିତରେ ତଲାସୀ କରୁଛନ୍ତି । ଘର ସାରା ବୁଲୁ ବୁଲି ସବୁ ଦେଖୁଛନ୍ତି । ଘରେ ଥିବା ସୁନା ଏବଂ ରୂପା କଏନ୍ ଲୁଟ୍ କରୁଛନ୍ତି ।

nis-ad
Leave A Reply

Your email address will not be published.