ଅତିକଙ୍କ ହତ୍ୟା: ସାମ୍ବାଦିକଙ୍କ ପାଇଁ ଏସ୍‌ଓପି ଜାରି କରିବ କେନ୍ଦ୍ର

ନୂଆଦିଲ୍ଲୀ : ଫିଲ୍ଡରେ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗୋଟିଏ ଏସ୍‌ଓପି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକ ବେଶରେ ଆସି ୩ ଜଣ ଯୁବକ କ୍ୟାମେରା ସାମ୍ନାରେ ମାଫିଆରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିଲେ।
ସାମ୍ବାଦିକ ଓ ପୁଲିସ୍‌ଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିଲା। ଗୁଳିମାଡ଼ରେ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାମ୍ବାଦିକଙ୍କ ପାଇଁ ନୂଆ ଏସ୍‌ଓପି ଆଣିବେ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ତତ୍ତ୍ୱାବଧାନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଗୋଟିଏ ଏସ୍‌ଓପି ପ୍ରସ୍ତୁତ କରିବ। କୁଖ୍ୟାତ ଅପରାଧୀଙ୍କ ବାଇଟ ନେବାକୁ ଚେଷ୍ଟା କରିବା ବେଳେ ସାମ୍ବାଦିକମାନେ କେଉଁ ସବୁ ବିଷୟପ୍ରତି ଧ୍ୟାନ ଦେବେ ଓ କ’ଣ କରିବେ, ସେସବୁ କଥା ଏସ୍‌ଓପିରେ ରହିବ। ଖୁବଶୀଘ୍ର ଏହି ଏସ୍‌ଓପି ଜାରି କରାଯିବ ବୋଲି ଜଣାପଡ଼ିଛି।
ଶନିବାର ରାତି ପ୍ରାୟ ୧୦ରେ ଅତିକ ଓ ଅଶରଫଙ୍କୁ ପୁଲିସ୍‌ ମେଡିକାଲ ଚେକଅପ ପାଇଁ ପ୍ରାୟଗରାଜର ମୋତିଲାଲ ନେହରୁ ଡିଭିଜନାଲ ହସ୍ପିଟାଲକୁ ନେଉଥିଲା। ହସ୍ପିଟାଲ ଗେଟ୍‌ ପାଖରୁ ଉଭୟ ଚାଲିଚାଲି ଯାଉଥିବା ବେଳେ ସାମ୍ବାଦିକମାନେ ସେମାନଙ୍କ ବାଇଟ ନେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ଅତିକ ଓ ଅଶରଫଙ୍କ ଉପରେ ଗୁଳିମାଡ଼ ହୋଇଥିଲା।

nis-ad
Leave A Reply

Your email address will not be published.