ଜଗଦୀଶପୁର ନାଳରୁ ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର…

କୁଆଁରମୁଣ୍ଡା : ଆଜି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜଗଦିଶପୁର ନାଳରେ ଏକ ବୃଦ୍ଧଙ୍କ ଶବ ଭାସୁଥିବାର ଗ୍ରାମର କିଛି ଲୋକ ଦେଖିବାକୁ ପାଇ କୁଆଁରମୁଣ୍ଡା ଫାଣ୍ଡିରେ ଜଣାଇ ଥିଲେ । କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ସମେତ କିଛି କନେଷ୍ଟବଳ ଘଟଣାସ୍ଥଳକୁ ଯାଇ ଶବଟିକୁ ପାଣିରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଥିଲେ । ମୃତ ବୃଦ୍ଧଜଣକ ଆଖପାଖ ଅଞ୍ଚଳର ହୋଇ ନ ଥିବା ଜାଣିବାକୁ ମିଳିଛି ।ଫଳରେ ଏହାକୁ ନେଇ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାପାଇଁ ପୋଲିସ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି

nis-ad
Leave A Reply

Your email address will not be published.