ହନୁମାନ ଜୟନ୍ତୀରେ ଟେକା ମାଡ଼କୁ ଓଡ଼ିଶାବାସୀ ବରଦାସ୍ତ କରିବେନି : ଗିରିରାଜ

ଭୁବନେଶ୍ୱର : ଓଡ଼ିଶା ଏକ ଶାନ୍ତିପ୍ରିୟ ଓ ସଂସ୍କୃତିସମ୍ପନ୍ନ ରାଜ୍ୟ। ମାତ୍ର ଏଠାରେ କଠୋରପନ୍ଥୀ ମୁଣ୍ଡ ଟେକୁଛନ୍ତି। ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଟେକାମାଡ଼ ହୋଇଛି। ଏହାକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ କି ଦେଶ ଗ୍ରହଣ କରିବ ନାହିଁ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି।

ଶୁକ୍ରବାର ଅନୁଗୋଳ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ଗ୍ରାମୀଣ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଗତ ୮ବର୍ଷ ମଧ୍ୟରେ ଓଡ଼ିଶାକୁ ୨୬ହଜାର କୋଟି ଟଙ୍କା ବିଭିନ୍ନ ଯୋଜନାରେ ପ୍ରଦାନ କରାଯାଇଛି। ସବୁ ନିୟମରୁ ଊର୍ଦ୍ଧ୍ବକୁ ଯାଇ ଆବାସ ଯୋଜନାରେ ଓଡ଼ିଶାକୁ ୩୮ଲକ୍ଷ ଗୃହ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅନୁରୋଧକ୍ରମେ ଆବାସ ପୋର୍ଟାଲ ଖୋଲିବା ଏବଂ ଏହାର ନିୟମରେ କୋହଳ କରାଯାଇଥିଲା। ଯଦ୍ବାରା ଓଡ଼ିଶାର ଗରିବ ଲୋକଙ୍କୁ ଆବାସ ମିଳିବ ବୋଲି ଆଶା ରହିଥିଲା। ହେଲେ ଦୁର୍ଭାଗ୍ୟ ଯେ, ଏପର୍ଯ୍ୟନ୍ତ ରାଜ୍ୟ ସରକାର ଏଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି।

nis-ad
Leave A Reply

Your email address will not be published.