ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମପଲ୍ଲୀରେ ଦଣ୍ଡ ଓ ଝାମୁ ଯାତ୍ରା…

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମପଲ୍ଲୀରେ ଝଲକି ଉଠିଛି ଝାମୁ ଯାତ୍ରା ଓ ଦଣ୍ଡ ନୃତ୍ୟ l ଏହି ଦଣ୍ଡ ଯାତ୍ରା ପ୍ରାୟ ୨୧ ଦିନ ଧରି ପ୍ରତ୍ୟେକ ଗାଁ ଗାଁ ରେ ଦେଖିବା କୁ ମିଳିଥାଏ l ଏହି ଦଣ୍ଡରେ ସମସ୍ତ ପ୍ରକାର ନୃତ୍ୟ ଯଥା ହର ସହିତ ପାର୍ବତୀ,ବୀଣାକାର ସଙ୍ଗେ କରାଣୀ, ଶାଳୀ ଭେନେଇ ଏବଂ ମାଁ ମହାମାୟୀ କାଳୀଙ୍କର ନୃତ୍ୟ, ହେବା ସଙ୍ଗେ ସଙ୍ଗେ ବହୁତ ନୃତ୍ୟ କଳା ପ୍ରଦର୍ଶନ ହୋଇଥାଏ l ମୁଖ୍ୟତଃ ଭଗବାନ ଶିବ ଙ୍କ ଦିଗ ଭ୍ରମଣ ବର୍ଷ ରେ ଥରେ ହୋଇ ଥାଏ l
ପ୍ରାୟତଃ ଚୈତ୍ର ମାସରେ ଏହି ପର୍ବ ହୋଇ ମହାବିଷୁବ ପଣା ସଂକ୍ରାନ୍ତି ରେ ସମାପ୍ତ ହୁଏ l ଆଜି ପଣା ସଂକ୍ରାନ୍ତି ରେ ବୌଦ୍ଧ ଜିଲ୍ଲାର ସମସ୍ତ ଶିବ ସ୍ଥଳୀ ରେ ଦେଖିବାକୁ ମିଳିଛି l ଭକ୍ତ ଙ୍କ ଶମlରହ ରେ ସମସ୍ତ ଭକ୍ତ ଙ୍କୁ ପଣା ଦିଆଯାଇଥାଏ l ଆଜି ଦେଖିବାକୁ ମିଳିଛି ଏକ ଭିନ୍ନ ଢଙ୍ଗରେ ହରଭଙ୍ଗା ବ୍ଲକ ମହୁଲବୁରି, ମହାକୁଡ଼ ପାଲି କରଡ଼ି, ମଥୁରା, ଚାରିଶମ୍ଭୁ, ଏବଂ ବିଭିନ୍ନ ଗ୍ରାମ ରେ ପ୍ରଭୁଙ୍କର ପୂଜା ଆରାଧନା l

nis-ad
Leave A Reply

Your email address will not be published.