ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ : ଦ୍ୱିତୀୟ ସେମିଫାଇନାଲରେ ଆସ୍କା ପାନାସୋନିକ କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଆସ୍କା ପାନlସୋନିକ କ୍ରିକେଟ କ୍ଲୁବ ବନାମ ଲିଡସ ସ୍ପୋର୍ଟିଙ୍ଗ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆସ୍କା ପାନlସୋନିକ କ୍ରିକେଟ କ୍ଲୁବ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିଦ୍ଧାରିତ ୨୦ ଓଭର ଖେଳି ୮ ୱକେଟ ହରାଇ ୧୮୧ ରନ କରିଥିଲେ l ଦଳ ପକ୍ଷରୁ ବ୍ରଜକେଶ ପ୍ରଧାନ ୨୬ ବଲ ଖେଳି ୪୭ ରନ ଓ ଅନୁପ ନନ୍ଦ ଜେନା ୩୨ ବଲ ଖେଳି ୩୯ ରନ କରିଥିଲେ l ଲିଡସ ସ୍ପୋର୍ଟିଙ୍ଗି କ୍ଲୁବ ଦଳ ପକ୍ଷରୁ ବୋଲିଙ୍ଗରେ ଗାନ୍ଧୀ ବେହେରା ୩ ଓବର ପକାଇ ୩୧ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ଲିଡସ ସ୍ପୋର୍ଟିଙ୍ଗି କ୍ରିକେଟ କ୍ଲୁବ ଦଳ ବିଜୟ ଲକ୍ଷର ପିଛା କରି ୨୦ ଓଭର ଖେଳି ୮ ଗୋଟି ଉଇକେଟ ହରାଇ ୧୪୯ ରନ କରିଥିଲେ l ଦଳ ପକ୍ଷରୁ ସିଦ୍ଧାର୍ଥ ଖାକା ୪୬ ବଲ ଖେଳି ୬୫ ରନ କରିଥିଲେ l ପାନlସୋନିକ ଦଳ ପକ୍ଷରୁ ବୋଲିଙ୍ଗରେ ସୁଶାନ୍ତ ବେହେରା ୪ ଓବର ପକାଇ ୧୭ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l
ଏହି ମ୍ୟାଚକୁ ଆସ୍କା ପାନlସୋନିକ ଦଳ ୩୨ ରନରେ ବିଜୟୀ ହୋଇଥିଲା l ବ୍ରଜକେଶ ପ୍ରଧାନ ସର୍ବାଧିକ ୪୭ ରନ ଓ ଗୋଟିଏ ୱାକେଟ ହାସଲ କରିଥିବାରୁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ l ଆମ୍ପୟାର ଭାବେ ରାହୁଲ ବିଶ୍ୱାଳ ଓ ଦୀନବନ୍ଧୁ ଚୌଧୁରୀ ମ୍ୟାଚ ପରିଚlଳନା କରିଥିଲେ l ସ୍କୋରର ଭାବେ ମନୋଜ ବେହେରା ଓ ପ୍ରମୋଦ ଜେନା ଖେଳକୁ ସହଯୋଗ କରିଥିଲେ l ଆଜିର ଅତିଥି ଭାବେ ଗଞ୍ଜାମ ବାର ଆସୋସିଆସନର ସଭାପତି ମିନତୀ ରଥ, ଉପ ସଭାପତି ଏମ. ଚନ୍ଦ୍ର ଶେଖର, ସମ୍ପାଦକ ଶିବ ନାରାୟଣ ସାହୁ, ସହ ସମ୍ପାଦକ ତାପସ କୁମାର ସାହୁ, ରୋଟାରି କ୍ଲୁବ ଲଳିତ ମୋହନ ମଙ୍ଗରାଜ, ଆଇନ ଯିବି ଅସିତ ସାବତ, ପ୍ରଭାତ କୁମାର ନାୟକ, ରାଜେଶ କୁମାର ରାଉଳ, ରାକେଶ କୁମାର ପଣ୍ଡା ଓ ଏଫ ସି ସି ର ପୂର୍ବତନ ଖେଳାଳି ତଥା ଆଇନଜୀବୀ ଲିଟୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l

nis-ad
Leave A Reply

Your email address will not be published.