ମା ଦଣ୍ଡକାଳୀଙ୍କ ଯାତ୍ରା ଉଦ୍‌ଯାପିତ…

ହିଞ୍ଜିଳିକାଟୁ (୧୪/୪) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ଦଣ୍ଡ ଯାତ୍ରା ୨୧ ଦିନିଆ ଦଣ୍ଡ ଯାତ୍ରା ମେରୁ ପର୍ବରେ ଉଦ୍ ଯାପିତ ହୋଇଯାଉଛି । ହିଞ୍ଜିଳିକାଟୁ ରେ ଥିବା ଦୁଇ ଗୋଟି ଦଣ୍ଡ ଯାତ୍ରା ଦଳ ବଡ ପୁଞ୍ଜା ଓ ସାନ ପୁଞ୍ଜାର ମେରୁ ପଡିଆ ସହ ତାରାତାରିଣୀ ରୋଡ କେନାଳ ରୋଡ ଓ ଵନ୍ଧହୁଡା ସାହି ଜନ ସମୁଦ୍ର ହୋଇପଡିଛି। ଏହି ଯାତ୍ରାରେ ଲକ୍ଷାଧିକ ଜନ ସମାଗମ ହୋଇଛି। ମା ଦଣ୍ଡ କାଳୀଙ୍କ ଆଶିର୍ବାଦ ଭିକ୍ଷା ଲାଗି ଶହ ଶହ ସଂଖ୍ୟାରେ ମହିଳା ମାନେ ପ୍ରଚଣ୍ଡ ଖରାରେ ପୋଖରୀ ତୋଠରେ ଅଧିଆ ପଡିଛନ୍ତି। ଏହି ଅଧିଆ ପଡିଲେ ନିଜ ନିଜର ମନସ୍କାମନା ପୁରଣ ହେବା ସହ ଫଳ ପ୍ରାପ୍ତ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।ଦଣ୍ଡ ଯାତ୍ରା ଆରମ୍ଭ ଦିନ ଭଳି ଶେଷ ସଂଙ୍କରାନ୍ତି ଦିନ ଦଣ୍ଡୁଆ ମାନେ ହାତରେ ପିଛଂମୁଠା, ବାନା ଧରି, ଢୋଲ ମହୁରୀ ବଜାଇ ଗ୍ରାମ ପରିକ୍ରମା କରିଥିଲେ। ପ୍ରତ୍ୟେକ ଘର ସମ୍ମୁଖରେ ଧୁପ ଦ୍ୱୀପ, ନୈବେଦ୍ୟ ଓ ପୁର୍ଣକୁମ୍ଭ ସ୍ଥାପନ କରି ପୂଜା କରାଯାଏ। ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ସମ୍ମୁଖରେ ଧୁଳିଦଣ୍ଡ, ଓ ପରେ ପୋଖରୀ ମଧ୍ୟରେ ଜଳଦଣ୍ଡ କରିଥିଲେ। ଜଳଦଣ୍ଡ ପରେ ମେରୁକୁଣ୍ଡରେ ହୋମ ସମାପନ ପରେ ପାଟଦଣ୍ଡୁଆ ଙ୍କୁ ମେରୁ ଖୁଣ୍ଟରେ ଲଟକାଇ ପୁଜା କରାଯାଏ। ସେଠାରେ ବହୂ ଭକ୍ତ ନଡିଆ କଦଳୀ ଖଜୁରୀ କୋଳି ଆମ୍ବ ପୁଜା କରି ଘରକୁ ଫେରିଥାନ୍ତି।

ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଆଇନ ସୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ସହର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ରହିଛନ୍ତି।ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ଦଣ୍ଡ ଓ ମେରୁ ଯାତ୍ରା ଅନୁଷ୍ଟିତ ହୋଇଥିଲା ।କେତେକ ସ୍ଥାନରେ ମାସନ୍ତ ମେରୁ ହୋଇଥିବା ବେଳେ ଅଧିକାଂଶ ସଂଙ୍କରାନ୍ତି ଦିନ ମେରୁ ଊତ୍ସବ ପାଳନ ସହ ଉଦଯାପିତ ହୋଇଯାଇଛି।। ଅନୁରୂପ ଭାବେ ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡ଼ା. ମକରଝୋଳ, ସମରଝୋଳ,ଖଣ୍ଡରା, ସାରୁ, ଆଲପୁର, ପୋଚିଲିମା ,ବେଲଗାଁ ପ୍ରମୁଖ ଗ୍ରାମ ଗୁଡ଼ିକରେ ମହାବିଷୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା ସମାପ୍ତ ହୋଇଯାଇଛି ।

nis-ad
Leave A Reply

Your email address will not be published.