ଜେଜେବାପାଙ୍କ ପାର୍ଶ୍ୱରେ ଅସଦ ଅହମଦଙ୍କୁ ଦିଆଯିବ ସମାଧି

ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଫିଆ ଅତିକ୍‌ ଅହମଦଙ୍କ ପୁଅ ଅସଦ ଅହମଦଙ୍କୁ ଗୁରୁବାର ୟୁପି ଏସଟିଏଫ ଏନ୍‌କାଉଣ୍ଟର କରିଥିଲା। ଆଜି ପ୍ରୟାଗରାଜର କସାରୀ ମସାରୀରେ ଥିବା କବରସ୍ଥାନରେ ଅସଦଙ୍କୁ ସମାଧି ଦିଆଯିବ। ଅସଦଙ୍କୁ ତାଙ୍କ ଜେଜେବାପାଙ୍କ ସମାଧି ନିକଟରେ ସମାଧି ଦେବା ପାଇଁ ପ୍ରସ୍ତୁତି ଚାଲିଛି। କବରସ୍ଥାନରେ ତାଙ୍କ ପାଇଁ କବର ଖୋଳାଯାଉଛି।

ସେପଟେ ଅସଦଙ୍କ ଅଜା ଓ ମଉସା ପ୍ରଥମେ ତାଙ୍କ ମୃତଦେହ ଆଣିବା ପାଇଁ ଝାନ୍‌ସୀ ଯିବାର ଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଯାଉ ନାହାଁନ୍ତି। ପରିବାର ସଦସ୍ୟଙ୍କ କହିବା ହେଲା, ଝାନ୍‌ସୀ ଗଲେ ପୋଲିସ ଏହି ମାମଲାରେ ସେମାନଙ୍କ ଉପରେ ମଧ୍ୟ ଚାପ ପକାଇପାରେ।

ବର୍ତ୍ତମାନ ପ୍ରୟାଗରାଜ ପୋଲିସ ଅସଦଙ୍କ ମୃତଦେହକୁ ନିଜେ ହିଁ ଝାନ୍‌ସୀରୁ ମଗାଇବ। ଝାନ୍‌ସୀରୁ ମଧ୍ୟାହ୍ନ ୧୨ଟାରେ ପୋଲିସ ଅସଦଙ୍କ ମୃତଦେହ ଧରି ବାହାରିବ। ଅସଦଙ୍କ ମୃତଦେହକୁ ପ୍ରୟାଗରାଜ ପୋଲିସ ଏଠାରେ ରିସିଭ କରିବ। ଏଥିସହ ପୋଲିସ ଅସଦଙ୍କ ଅଜା ଓ ମଉସାଙ୍କୁ ମଧ୍ୟ ଏ ସମ୍ପର୍କରେ ଯୋଗାଯୋଗ କରିଛି। ଅସଦଙ୍କ ମୃତଦେହକୁ ତାଙ୍କ ଅଜାଙ୍କୁ ହସ୍ତାନ୍ତର କରାଯିବ।

nis-ad
Leave A Reply

Your email address will not be published.