ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ଜିନପିଙ୍ଗ…

ତାଇଓ୍ଵାନ-ଚୀନ୍‌ ଭିତରେ ଘନେଇଲା ଯୁଦ୍ଧ ଆଶଙ୍କା । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ। ତାଇଓ୍ଵାନ ଓ ଫିଲିପାଇନ୍ସ ସୀମାରେ ଆମେରିକା ବେସ୍‌ କରୁଥିବାରୁ ଚିହିଙ୍କି ଉଠିଛି ବେଜିଂ । ଗତକାଲି ଜିନପିଙ୍ଗ ସଶସ୍ତ୍ର ବାହିନୀର ସାଉଥ ଥିଏଟର କମାଣ୍ଡ ନୌସେନା ତଦାରଖ କରିଛନ୍ତି ଜିନପିଙ୍ଗ ।

ସୈନିକମାନଙ୍କର ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଆଧୁନିକ ପ୍ରଣାଳୀରେ ସୈନିକଙ୍କୁ ପ୍ରଶିକ୍ଷଣ ଦେବା ସହ ପ୍ରକୃତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାଙ୍କୁ ଜିନପିଙ୍ଗ କହିଛନ୍ତି ।

ଆମେରିକା ବାଚସ୍ପତିଙ୍କୁ ତାଇଓ୍ଵାନ୍‌ ରାଷ୍ଟ୍ରପତି ଭେଟିବା ପରେ ସମରାଭ୍ୟାସ କରିଥିଲା ଚୀନ। ତାଇଓ୍ଵାନ ସୀମାରେ କରିଥିଲା ୩ଦିନିଆ ସମରାଭ୍ୟାସ । ଯୁଦ୍ଧଭ୍ୟାସ ନାଁରେ ଯୁଦ୍ଧର ଆତଙ୍କ ସୃଷ୍ଟି କରିଥିଲା। ତାଇଓ୍ଵାନ ଉତ୍ତର, ଦକ୍ଷିଣ ଓ ପୂର୍ବ ସୀମାରେ ଥିବା ଜଳ ଓ ବାୟୁସୀମାରେ ଯୁଦ୍ଧାଭ୍ୟାସ କରିଥିଲା ଚୀନ। ଏପଟେ ଚଳିତ ସପ୍ତାହରେ ଫିଲିପାଇନ୍ସ ସହ ବିରାଟ ସମରଭ୍ୟାସ କରିବ ଆମେରିକା।

nis-ad
Leave A Reply

Your email address will not be published.