କୋଲକାତା: ଇତିହାସ ସୃଷ୍ଟି କଲା କୋଲକାତା ମେଟ୍ରୋ, ପ୍ରଥମ ଥର ଅଣ୍ଡର ୱାଟର ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ଭାରତରେ ପ୍ରଥମ ଥର ପାଇଁ ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ବିଭିନ୍ନ ସହରରେ ଭୂମି ଉପରେ ଓ ଭୂମି ତଳେ ମେଟ୍ରୋ ଟ୍ରେନ୍ ଚାଲିବାର ବ୍ୟବସ୍ଥା କରାଯାଇଥିବା ବେଳେ କୋଲକାତାରେ ପ୍ରଥମ କରି ପାଣି ଭିତରେ ମେଟ୍ରୋ ଟ୍ରେନ୍ ଚାଲିଛି। ଭାରତର କୋଲକାତା ମେଟ୍ରୋ ବୁଧବାର ଏହି ଇତିହାସ ସୃଷ୍ଟି କରିଛି। ଦୀର୍ଘ ସମୟର ପ୍ରତୀକ୍ଷା ପରେ ଦେଶରେ ପ୍ରଥମ ମେଟ୍ରୋ ହୁଗଳି ନଦୀ ତଳେ ଚାଲିଛି। ଭାରତରେ ପ୍ରଥମ ଥର ପାଇଁ କୌଣସି ମେଟ୍ରୋ ଟ୍ରେନ୍ ନଦୀ ତଳେ ଯାତ୍ରା ସଫଳତାର ସହ ସମାପ୍ତ କରିଛି।
ଏହି ଐତିହାସିକ ଯାତ୍ରା ସମୟରେ ଏଥିରେ ବସି ବିଭାଗୀୟ ଅଫିସର ଏବଂ ଇଞ୍ଜିନିୟର ଜଗଳିରୁ କୋଲକାତା ହାଓ୍ୱଡା ଯାଇଥିଲେ। ମେଟ୍ରୋ ରେଳବାଇ ଜେନେରାଲ ମ୍ଯାନେଜର ପି. ଉଦୟ କୁମାର ରେଡ୍ଡି ମେଟ୍ରୋରେ କୋଲକାତାର ମହାକରନ ଷ୍ଟେସନରୁ ବସି ହାଓ୍ୱଡା ମେଦାନ ଷ୍ଟେଶନ୍ ରେ ଯାଇ ଓହ୍ଲାଇଥିଲେ। ସେହିପରି ଆଉ କେତେ ଜଣ କର୍ମଚାରୀ ଆଉ ଏକ ପଥ ଦେଇ ମେଦାନ ଷ୍ଟେସନ୍ ରେ ପହଞ୍ଚଥିଲେ। ଏହି ମେଟ୍ରୋ ଟ୍ରାଏଲ୍ ହାଓ୍ୱଡା ମେଦାନ ଏବଂ ଏସ୍ପ୍ଲାନେଡ୍ ଷ୍ଟେସନ୍ ମଧ୍ୟରେ ୭ ମାସ ଧରି ଚାଲିବ। ଜଳପତ୍ତନଠାରୁ ୩୨ ମିଟର ତଳେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଏହି ଟନେଲ୍ ତିଆରି କରାଯାଇଛି।
ଏପଟେ ଟ୍ରେନଟି ଏସପ୍ଲାନେଡ ଷ୍ଟେସନରୁ ହାୱଡା ମଇଦାନ ଷ୍ଟେସନରେ ପହଞ୍ଚିବା ପରେ ପି. ଉଦୟ କୁମାର ରେଡ୍ଡି ମେଟ୍ରୋ ଟ୍ରେନର ପୂଜା କରିଥିଲେ। କୁହାଯାଉଛି ଯେ, ଏଭଳି ଭାବେ ଆଜି ଦୁଇଟି ମେଟ୍ରୋ ଟ୍ରେନ୍ ନଂ ୬୧୨ ଓ ୬୧୩ ହୁଗଳି ନଦୀ ନେଇ ହାୱଡା ମଇଦାନ ଷ୍ଟେସନକୁ ସ୍ଥାନାନ୍ତରିତ ହୋଇଛି। ତେବେ ଆଗାମୀ ୭ମାସ ମଧ୍ୟରେ ହାୱଡା ମଇଦାନ ଷ୍ଟେସନରୁ ଏସପ୍ଲାନେଡ ଷ୍ଟେସନକୁ ଟ୍ରାଏଲ ରନ୍ କରାଯିବ। ଏହା ସଫଳ ହେବା ପରେ ସ୍ବାଭାବିକ ଭାବେ ଏହି ରୁଟ୍ ଦେଇ ଯାତ୍ରା ଆରମ୍ଭ ହେବ ବୋଲି ମେଟ୍ରୋ ପ୍ରକଳ୍ପ ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ କହିଛନ୍ତି । ଏପଟେ ମେଟ୍ରୋ ରେଳବାଇର ମୁଖ୍ୟ ପିଆରଓ କୌଶିକ ମିତ୍ର କହିଛନ୍ତି ଯେ, ବହୁତ ବାଧାବିଘ୍ନ ପରେ ଆମକୁ ଏ ସଫଳତା ମିଳିଛି। ଆଜି ଆମେ ସଫଳତାର ସହ ହୁଗଳି ନଦୀ ତଳେ ମେଟ୍ରୋ ରେକ୍ ଆଣିପାରିବ।