ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାର ତାପମାତ୍ରା ୪୧.୪ ଡ଼ିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ କିଛି ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୧.୪ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧.୨ ଓ ଭୁବନେଶ୍ବର ୪୦.୪  ଡ଼ିଗ୍ରୀ ତାପମାତ୍ରା ରେକର୍ଡ  କରାଯାଇଛି।

ସେହିପରି ଚାନ୍ଦବାଲି: ୪୦.୦ ଡ଼ିଗ୍ରୀ, ହୀରାକୁଦ: ୪୦.୦ ଡ଼ିଗ୍ରୀ, କେନ୍ଦୁଝର: ୩୯.୨ ଡ଼ିଗ୍ରୀ, ବାଲେଶ୍ୱର: ୩୮.୪ ଡ଼ିଗ୍ରୀ, ଗୋପାଳପୁର: ୩୪.୬ ଡ଼ିଗ୍ରୀ, ପୁରୀ: ୩୪.୨ ଡ଼ିଗ୍ରୀ, ପାରାଦ୍ୱୀପ: ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ  କରାଯାଇଛି।

ଖବର ଅନୁଯାୟୀ,  ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବା ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏପ୍ରିଲ ୧୪ରୁ ୧୬ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

nis-ad
Leave A Reply

Your email address will not be published.