ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ…

ବ୍ରହ୍ମପୁର : ସାମନ୍ତରାୟ ଏକାଡେମୀ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ ନିଜ ବକ୍ତବ୍ୟରେ କହିଛନ୍ତି ଯେ, କଠିନ ପରିଶ୍ରମ ଓ ଦୀର୍ଘ ଦିନର ସଂଘର୍ଷ ହିଁ ଆଜି ସେମାନଙ୍କୁ ନିଜ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିଛି । ଛାତ୍ରଛାତ୍ରୀ ମାନେ ଯେଉଁ ଭଳି ଅକ୍ଲାନ୍ତ ଚେଷ୍ଟା କରିଛନ୍ତି ତାର ସୁଫଳ ସେମାନେ ପାଇ ଆଜି ନିଜ ନାମ ନିଜ ପିତା ମାତା ଓ ଗୁରୁଙ୍କ ସହ ଏକାଡେମି ଗୌରବକୁ ବଢାଇ ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ପୋଲିସ ଓ ରେଲୱେରେ ନିଯୁକ୍ତି ପାଇଥିବା ବହୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଭାବ ବିହ୍ୱଳ ହୋଇ ଏକାଡେମିର ପ୍ରଶିକ୍ଷକ ଓ ନିର୍ଦ୍ଦେଶକଙ୍କୁ ସାଧୁବାଦ ଦେବା ସହ ନିଜ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କ ନି ସ୍ବାର୍ଥ ପର ପ୍ରୟାସରେ ଯୋଗୁଁ ସେମାନେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକାଡେମିର ନିର୍ଦ୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ କାର୍ଯ୍ୟକ୍ରମ ଅଧ୍ୟକ୍ଷତା କରିଥିବା ବେଳେ, ଏକାଡେମିର ପ୍ରତିଷ୍ଠାତା ଶ୍ରୀ ଲଳିତ ମୋହନ ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କର୍ତ୍ତବ୍ୟ ପରାୟଣ ହେବା ସହ ନିଜ ଦାୟିତ୍ୱ ସୁଚାରୁ ରୂପେ ବହନ କରିବାକୁ ଉତ୍ସାହିତ କରିଥିଲେ। ଏନେଇ ନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିବା ସହ ଏହି ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋକୁଳ ନନ୍ଦ ତ୍ରିପାଠୀ, ପୁରୁଣା ଛାତ୍ର, ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ପରିଚାଳନରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.