ପଥଚାରୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ବିସିଜେଡି ପକ୍ଷରୁ ଜଳ ସେବା କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ଅସହ୍ୟ ଗରମ ସାଂଗକୁ ଗୁଳୁଗୁଳି ଲୋକଙ୍କୁ ବେହାଲ କରିଛି । ରାଜଧାନୀରେ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ପାଣିଟୋପେ ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅସିତ ରଞ୍ଜନ ଦାସଙ୍କ ନେତୃତ୍ବରେ ଆପୋଲୋ ରୋଡ ନିକଟରେ ଜଳସେବା କେନ୍ଦ୍ର ଖୋଲା ଯାଇଛି। ପଥଚାରୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ପ୍ରଦାନ ନିମନ୍ତେ ଏହି ଜଳ ସେବା ଆରମ୍ଭ ହୋଇଛି।

ବିସିଜେଡିର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଏହାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ବିଜୁ ଜନତା ଦଳ ବିଭିନ୍ନ କାର୍ଯ୍ଯକ୍ରମ ଜରିଆରେ ସବୁବେଳେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଆସୁଛି ବୋଲି ଭୁବନେଶ୍ବର ମେୟର ସୁଲଚନା ଦାସ କହିଥିଲେ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏହି ଜଳଛତ୍ର କିପରି ସଫଳ ହୋଇପାରିବ ଏହାର ସୁ- ପରିଚାଳନା ଦିଗକୁ ଗରୁତ୍ବ ଦେଇଥିଲେ। ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ ଅସିତଙ୍କ ନେତୃତ୍ବରେ ଏଭଳି ଏକ ସାମାଜିକ କାର୍ଯ୍ଯକ୍ରମକୁ ପ୍ରଶଂସା କରିଥିଲେ।

ଏପରି ଖରା ଦିନରେ ରାସ୍ତାରେ ଅ˚ଶୁଘାତରୁ ରକ୍ଷା ପାଇବା ପାଇଁ ସରକାରୀସ୍ତରରେ ନିଆଯାଇଥିବା ପଦକ୍ଷେପକୁ ପ୍ରାୟ କେହି ପାଳନ କରୁ ନାହାନ୍ତି। ଏପରିକି ବିଭିନ୍ନ ବେସରକାରୀ ନିର୍ମାଣ ସ୍ଥାନରେ ଶ୍ରମିକମାନେ ପ୍ରଚଣ୍ତ ଖରାରେ ଦିନ ତମାମ କାମ କରୁଥିବା ଦେଖାଯାଉଛି। ଏହି ଗ୍ରୀଷ୍ମ ପ୍ରବାହ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବାକୁ ଥିବାରୁ ପରିସ୍ଥିତି ଅସମ୍ଭାଳ ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

nis-ad
Leave A Reply

Your email address will not be published.