ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ପ୍ରତିରୋଧ ପାଇଁ ଆରମ୍ଭ ହେଲା ସମରାଭ୍ୟାସ

ପାରାଦୀପ: ଆରମ୍ଭ ହୋଇଛି ସମରାଭ୍ୟାସ । ୨୬.୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହୋଇଥାଏ ମିଳିତ ସମରାଭ୍ଯାସ ସାଗର କବଚ। ତେବେ ଏ ବର୍ଷର ପ୍ରଥମ ସମରାଭ୍ଯାସ ସାଗର କବଚ OD -23 ଦୁଇଦିନ ଧରି ଗଭିର ସମୁଦ୍ରରେ ଆରମ୍ଭ ହୋଇଯାଇଛି। ଏହି ମିଳିତ ସମରାଭ୍ଯାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ଦୁଇଟି ବିଭାଗରେ ବିଭକ୍ତ ହୋଇଥିବା ସୁରକ୍ଷା କର୍ମୀ।

ଗୋଟିଏ ବିଭାଗ ରେଡ ଟିମ ଆତଙ୍କବାଦୀ ରୂପରେ ଜଳପଥରୁ ଆସି ସ୍ଥଳପଥରେ ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ଆଉ ଗୋଟିଏ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବେ। ଏ ନେଇ ଚଳିତବର୍ଷ କମ୍ପାଇଣ୍ଡ କୋଷ୍ଟାଲ ଏକ୍ସରସାଇଜ ସାଗର କବଚ OD -23 କାର୍ଯ୍ଯକ୍ରମ ରେ ଭାଗ ନେଉଛନ୍ତି ଇଣ୍ଡିଆନ ନ୍ଯାଭି, କୋଷ୍ଟଗାର୍ଡ, ସିଆଇସେଫ, ଫିସାରି ଡିପାର୍ଟମେଂଟ, ମେରାଇନ ବିଭାଗ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ ଭଳି ୧୮ ଟି ବିଭାଗ। ଏହି ସବୁ ମିଳିତ ଟିମ୍ ଉଦ୍ୟମରେ ଆରମ୍ଭ ହୋଇଛି ଦୁଇଦିନିଆ ସୁରକ୍ଷା ସମ୍ବନ୍ଧୀୟ ମିଳିତ ସମରାଭ୍ଯାସ ସାଗର କବଚ OD -23।

ଏହି ମିଳିତ କାର୍ଯ୍ଯକ୍ରମ ପାଇଁ ଗତକାଲି ଠାରୁ ପାରାଦୀପରେ ସମସ୍ତ ସୁରକ୍ଷା ବିଭାଗରେ ପ୍ରସ୍ତୁତି ସରିଯାଇଥିବା ବେଳେ ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ଯାସ ଆରମ୍ଭ ହୋଇଯାଇଛି। ୨୬.୧୧ ମୁମ୍ବାଇ ଆକ୍ରମଣ ପରେ ସମଗ୍ର ଭାରତ ବର୍ଷରେ ଥିବା ଉପକୂଳ ବନ୍ଦର ମାନଙ୍କରେ ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ଯାସ ସାଗର କବଚ । ଏନେଇ ପାରାଦିପର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ମାନଙ୍କରେ ସୁରକ୍ଷା କର୍ମୀ ମାନେ ସଜାଗ ରହିଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.