ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ତୃତୀୟ ଦିନ : ଲିଡସ ସ୍ପୋଟିଙ୍ଗ କ୍ଲୁବ ବିଜୟୀ…

ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିନ ଲିଡସ ସ୍ପୋର୍ଟିଙ୍ଗି କ୍ଲୁବ ବନାମ ଜେସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜେସିସି ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିଦ୍ଧାରିତ ୨0 ଓବର ଖେଳି ୮ ୱକେଟ ହରାଇ ୧୬୩ ରନ କରିଥିଲେ l ଦଳ ପକ୍ଷରୁ ବାସୁଦେବ ସାହୁ ୩୭ ବଲ ଖେଳି ୪୬ ରନ କରିଥିଲେ l ଲିଡସ ସ୍ପୋର୍ଟିଙ୍ଗି କ୍ଲୁବ ପକ୍ଷରୁ ବୋଲିଙ୍ଗରେ ପ୍ରତାପ ପଣ୍ଡା ୪ ଓବର ପକାଇ ୩୭ ରନ ଦେଇ ୩ ଗୋଟି ୱକେଟ ନେଇଥିଲେ l ଜବାବରେ ଲିଡସ ସ୍ପୋର୍ଟିଙ୍ଗି କ୍ଲୁବ ୧୯ ଓବର ୧ଟି ବଲ ଖେଳି ୩ଟି ୱକେଟ ବିନିମୟରେ ୧୬୬ ରନ କରିଥିଲେ l ଦଳ ପକ୍ଷରୁ ସିଦ୍ଧାନ୍ତ ଖାକା ୫୪ ବଲ ଖେଳି ୯୮ ରନ କରିଥିଲେ l ଏହି ମ୍ୟାଚକୁ ଲିଡସ ସ୍ପୋର୍ଟିଙ୍ଗି କ୍ଲୁବ ୭ ୱକେଟ ରେ ଜିତିଥିଲା l ଲିଡସ ଦଳର ସିଦ୍ଧାନ୍ତ ଖାକା ସର୍ବାଧିକ ୯୮ ରନ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା l ଆମ୍ପୟାର ଭାବେ ମିଲୁ ବୈରିଗଞ୍ଜନ ଓ ରଞ୍ଜନ କୁମାର ସାହୁ ମ୍ୟାଚ ପରିଚଳନା କରିଥିଲେ l ଆଜିର ମୁଖ୍ୟ ଅତିଥି ଭାବେ ଅଲ ଓଡିଶା କିନ୍ନର ଆସୋସିଏସନ ସଭାପତି ସୁଇଟି ସାହୁ ଓ ଗଞ୍ଜାମ ଜ଼ିଲ୍ଲା ସଭାପତି ବିନି ପଟ୍ଟନାୟକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଟିମର ପ୍ଳେଅରକୁ ମେନ ଅଫଦା ମ୍ୟାଚ ପ୍ରଦାନ କରିଥିଲେ l ଏହା ସହ ସରକାର କିନ୍ନର ମାନଙ୍କ ପାଇଁ ଦିଲ୍ଲୀରେ ଏକ କ୍ରିକେଟ ଖେଳିବାର ଆୟୋଜନ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି l

nis-ad
Leave A Reply

Your email address will not be published.