ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ

ଭୁବନେଶ୍ବର: ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ । ଇଡି ଓ ଖଣ୍ଡଗିରି ଥାନା ମାମଲାରେ ସେମାନେ ହାଜର ହୋଇଛନ୍ତି । ଶ୍ରଦ୍ଧାଞ୍ଜଳି କାହିଁକି ହାଜର ହେଉନାହାନ୍ତି ବୋଲି କୋର୍ଟରେ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା । ତାଙ୍କ ପାଇଁ କଣ ଆଇନ ଅଲଗା ବୋଲି କହିଲେ ଅର୍ଚନା । ଅର୍ଚ୍ଚନା ନାଗ୍‌, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ନାଁରେ ବ୍ଲାକମେଲିଂ, ହନିଟ୍ରାପ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଶ୍ରଦ୍ଧାଞ୍ଜଳି ବେହେରା ।

ଏହାପରେ ଅକ୍ଟୋବର ୭ରେ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଛନ୍ତି ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର । ଆଜି ପ୍ରଥମେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ଏହାପରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର କରିଛି ପୋଲିସ ।

nis-ad
Leave A Reply

Your email address will not be published.