ପୁରୀରେ ଆଜିଠୁ ଇଭିଏମ ଟେଷ୍ଟିଂ ଆରମ୍ଭ

ପୁରୀ: ପୁରୀରେ ଆଜିଠୁ ଇଭିଏମ ଗୁଡିକର ଟେଷ୍ଟିଂ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାକୁ ହାଇଦ୍ରାବାଦ ସ୍ଥିତ ଇସି ଆଇଏଲ କମ୍ପାନୀରୁ ସମ୍ପୂର୍ଣ୍ଣ ନୂଆ ଇଭିଏମ ପହଞ୍ଚିଛି । ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀରେ ପହଞ୍ଚିଥିଲା । ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମରେ ରଖାଯାଇଥିଲା ।

ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତ କ୍ରମେ ଏହି ମେସିନ ଗୁଡିକର ଟେଷ୍ଟିଂ ଆରମ୍ଭ ହୋଇଛି । ୬୦ ଗୋଟି ଟିମ ମାଧ୍ୟମରେ ଟେଷ୍ଟିଂ କରାଯାଉଛି । ମେସିନ ଗୁଡିକର କାର୍ଯ୍ୟ ଦକ୍ଷତା ଓ ସମସ୍ୟା ବାବଦରେ ଅବଗତ କରାଯାଇଛି । ଏହା ଏକ ନିୟମିତ ଓ ସ୍ୱଭାବିକ ପ୍ରକ୍ରିୟା ।

nis-ad
Leave A Reply

Your email address will not be published.