OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ଯୋଡ଼ା: OMDC କର୍ମଚାରୀଙ୍କୁ ଗୁଳି । ଯୋଡ଼ା ବଡ଼ବିଲରେ OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ଦାମୁହାଟିଂ ପାଖ ଇଲେକ୍ଟ୍ରିକ୍‌ ଗ୍ରୀଡ଼ ପଛପଟୁ ମିଳିଛି ମୃତଦେହ । ମୃତକ ହେଲେ ଦଲକି ବସ୍ତିର ଦୁଃଶାସନ ବାରିକ । ତାଙ୍କ ମୁଣ୍ଡରେ ଗୁଳି ବାଜିଛି ।

ମୃତଦେହ ନିକଟରେ ଦୁଇଟି ଗୁଳି ଓ ମଦ ବୋତଲ ପଡିଛି । ଏହାସହ କିଛି ଦୂରରେ ଦୁଃଶାସନଙ୍କ ବାଇକ ମଧ୍ୟ ରହିଛି । ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗତକାଲି ସନ୍ଧ୍ୟାରେ ଦୁଃଶାସନ ଡ୍ୟୁଟି ସାରି ଆଉ ଘରକୁ ଫେରିନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ମିଳିଛି । ଜମିଜମାକୁ ନେଇ ତାଙ୍କ ଭଉଣୀ, ଭିଣୋଇ ଓ ଭଣଜା ସହ ବିବାଦ ରହିଥିଲା । ହତ୍ୟାକାଣ୍ଡ ପଛରେ ତାଙ୍କ ଭଉଣୀର ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବଡବିଲ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

nis-ad
Leave A Reply

Your email address will not be published.