ସରିଲା ରାବଣ ବଧ ଓ ଶ୍ରୀରାମ ଙ୍କ ଅଭିଷେକ…

ବୌଦ୍ଧ : ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମଳ ବ୍ଲକ ର ସମସ୍ତ ଅନୁଷ୍ଠାନରେ ପ୍ରଭୁ ଶ୍ରୀରାମ ଭଗବାନ ଙ୍କ ବିଜୟୀ ଏବଂ ରାବଣ ବଧ ହୋଇଯାଇଛି l ହରଭଙ୍ଗା ବ୍ଲକ ଦେବଗଡ଼ ଗ୍ରାମର 200 ବର୍ଷ ର ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ଶ୍ରୀରାମ ଲୀଳା ତଥା ରାବଣ ବଧ ସମ୍ପୂର୍ଣ ହୋଇଛି l ଏନେଇ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବା ସହ ଶ୍ରୀରାମ ନବମୀର ରାମ ରାବଣ ସଭାଯାତ୍ର ସହିତ ରାବଣ ବଧ ଅନୁଷ୍ଠିତ ହୋଇଥିଲା l ଗୁରୁବାର ଦିନ ପ୍ରଭୁ ଶ୍ରୀରାମ ଅଭିଷେକ କରାଯାଇଥିଲା l ପ୍ରତି ବର୍ଷ ଏହି ଉତ୍ସବ ପାଳିତ ହୋଇ ଆସୁଥିବା ବେଳେ ଏହା ଚଳିତ ବର୍ଷ ଦୁମଧାରେ ପାଳନ ହୋଇଥିଲା l ଅତ୍ୟାଧୁନିକ ଲାଇଟ ଓ ବାଣ ରେ ରାମଲୀଳା ପଡିଆ ଝଲସି ଉଠିଥିବା ବେଳେ ଦର୍ଶକଙ୍କ ବେଶ ମନ ମୋହିଥିଲା l ରାମ ଭୂମିକାରେ ଭୁବନ ବିଶ୍ୱାଳ,ଲକ୍ଷ୍ମଣ ଭୂମିକାରେ ସୁଶାନ୍ତ ବାରିକ, ରାବଣ ଭୂମିକାରେ
ଭବାନୀଶଙ୍କର ବିଶ୍ୱାଳ,ଦୂତ ଭୂମିକା ରେ ରବୀନ୍ଦ୍ର ଅମାତ,ହନୁମାନ ଭୂମିକାରେ ଉପେନ୍ଦ୍ର ବଡ଼ମାଳି, ଶ୍ରୀ ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସଂସଦ ଦେବଗଡ଼ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.