ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ଆଜି ସରୁଛି ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ । ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡରେ ଆଣି ନକଲି ସାର୍ଟିଫିକେଟର ଅସଲ ତଥ୍ୟ ଖୋଜିଛି କ୍ରାଇମବ୍ରାଞ୍ଚ ଟିମ । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ସମ୍ପତ୍ତି ଜବତ ହୋଇଛି । କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ। ଚାରିଟି ମୂଲ୍ୟବାନ ଜମି, ୧୭ ଲକ୍ଷ ଟଙ୍କା ସମେତ ମନୋଜ ଓ ତାର ସ୍ତ୍ରୀ ପୂଜାଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କଲା କ୍ରାଇମବ୍ରାଞ୍ଚ ।

ଆଉ କେଉଁଠି କଳା ଟଙ୍କା ଲାଗାଇଛି ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ IG ଅମତେନ୍ଦ୍ର ନାଥ ସିହ୍ନା ରିମାଣ୍ଡରେ ଆସିଥିବା ଅଭିଯୁକ୍ତଙ୍କୁ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ । ମନୋଜଙ୍କ କୋଚିଂ ସେଣ୍ଟରରୁ ଜବତ ହାର୍ଡ ଡିସ୍କ, ଲାପଟପରୁ ମିଳିଥିବା ତଥ୍ୟକୁ ନେଇ ମନୋଜଙ୍କୁ ପ୍ରଶ୍ନ କରାଯାଇଛି । ଏହି ଘଟଣାରେ ଲାଙ୍ଗିର ପୋଲିସ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଡାକ ଭିଭାଗରେ ନକଲି ଶିକ୍ଷାଗତ ପ୍ରମାଣ ପତ୍ରରେ ଚାକିରି ଆବେଦନ କରିବା ପରେ ଘଟଣା ପଦାକୁ ଆସିଥିଲା ।

nis-ad
Leave A Reply

Your email address will not be published.