କୋରାପୁଟ-ରାୟଗଡା ଲାଇନ ବୁଲି ଦେଖିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ରାୟଗଡ଼ା: ପୂର୍ବତନ ରେଳପଥ ୱାଲଟିୟର ଡିଭିଜନର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି କାରାପୁଟ-ରାୟଗଡା ଲାଇନର ତଦାରଖ କରିଛନ୍ତି। ଏଥିସହ ରେଳ ବିଭାଗର ନୂତନ କାର୍ଯ୍ୟ, ନୂତନ କୋଠାଗୃହ ସହ ରେଳଷ୍ଟେସନର ଉନ୍ନତୀକରଣ ନେଇ ଆଲୋଚନା କରିଥିଲେ। କୋରାପୁଟ ଠାରୁ ରାୟଗଡା ମଧ୍ୟରେ ରହିଥିବା ଟ୍ରାକ କର୍ଭ, ବ୍ରିଜ, ପଏଣ୍ଟ, ରେଳ କ୍ରୋସିଂ ଇତ୍ୟାଦିର ମଧ୍ୟ ଟିକିନିଖି ତଦାରଖ କରିଥିଲେ। ଏହି ତଦାରଖ ବେଳେ ଡିଆରଏମ ଅନୁପ କୁମାର ଶତପଥୀ, ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ବିଶାଖାପାଟଣାରୁ ଆସିଥିବା ଅଧିକାରୀ ସହ ବ୍ରାଞ୍ଚ ଅଧିକାରୀମାନେ ସାମିଲ ଥିଲେ।

କୋରାପୁଟରେ ପହଞ୍ଚି ଜିଏମ ସେଠାକାର ନୂତନ କାର୍ଯ୍ୟଗୁଡିକର ସମୀକ୍ଷା କରିବା ସହ ଏହାର ଉନ୍ନତି କରଣ ପାଇଁ ଆଉ କଣ କଣ ଆବଶ୍ୟକ ସେନେଇ ଆଲୋଚନା କରିଥିଲେ। ଦାମନଯୋଡ଼ି ଠାରେ ପହଞ୍ଚି ଷ୍ଟେସନ କୋଠାଘରର ନିର୍ମାଣ କାର୍ଯ୍ୟକୁ ମଧ୍ୟ ତଦାରଖ କରିଥିଲେ। ଏହି ଦାମନଯୋଡି ଏବଂ କୋରାପୁଟ ଷ୍ଟେସନଗୁଡିକରେ ଅମୃତ ଭାରତ ଯୋଜନାରେ ସାମିଲ କରାଯାଇ ଏହାର ଉନ୍ନତିକରଣ କରାଯିବ ବୋଲି ଜିଏମ ଶ୍ରୀ ଶର୍ମା କହିଥିଲେ। ଲକ୍ଷ୍ମୀପୁର ରୋଡ ଷ୍ଟେସନରେ ପହଞ୍ଚି ଏହାର କଲୋନୀ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ପହିଦର୍ଶନ କରିଥିଲେ। ଏଠାରେ କଣ କଣ ସୁବିଧା ଅସୁବିଧା ରହିଛି ତାହା ଷ୍ଟେସନ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ରାୟଗଡା ଷ୍ଟେସନରେ ପହଞ୍ଚି ନୂତନ ଷ୍ଟେସନ କୋଠାଗୃହର ତଦାରଖ କରିଥିଲେ। ଫୁଟ ଅଭର ବ୍ରିଜର ନିର୍ମାଣ କାର୍ଯ୍ୟକୁ ଯାଞ୍ଚ କରିଥିଲେ। ନୂତନ ଭାବେ ପ୍ଲାଟଫର୍ମ ନିର୍ମାଣ ହେଉଥିବା ଦେଖିବା ପରେ ସେଠାରେ ମଧ୍ୟ ସେ ପହଞ୍ଚି ଏହାର କାର୍ଯ୍ୟ ପ୍ରଣାଳୀକୁ ଦେଖିଥିଲେ।

nis-ad
Leave A Reply

Your email address will not be published.