ଆଗାମୀ କିଛି ଦଶନ୍ଧି ଧରି କଂଗ୍ରେସ କ୍ଷମତାକୁ ଫେରିବ ନାହିଁ : ଆଜାଦ୍

ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବୀ ଆଜାଦ ଶନିବାର କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ଦଳରେ କିଛି ପରିବର୍ତ୍ତନ ହୋଇନାହିଁ। କଂଗ୍ରେସ ଆସନ୍ତା ଥର କଣ ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ କ୍ଷମତାକୁ ଫେରିପାରିବ ନାହିଁ । ଗୁଲାମ ନବୀଙ୍କ ପୁସ୍ତକ ‘ଆଜାଦ’ ରିଲିଜ୍ ହେବା ପୂର୍ବରୁ ସେ ଏକ ଜାତୀୟ ଟିଭି ଚ୍ୟାନେଲକୁ ଏକଥା କହିଛନ୍ତି ।
ଲୋକସଭା ସଭ୍ୟପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ କଂଗ୍ରେସରେ କିଛି ପରିବର୍ତ୍ତନ ହୋଇନାହିଁ। କଂଗ୍ରେସ ସେଠାରେ ଜିତିବ ବୋଲି ଆଶା ରଖିଛି ଯେଉଁଠାରେ ସେମାନଙ୍କର ଜଣେ ଶକ୍ତିଶାଳୀ ସ୍ଥାନୀୟ ନେତା ଅଛନ୍ତି। ନିର୍ବାଚନରେ ବିଜୟ ଓ ପରାଜୟରେ କଂଗ୍ରେସ ନେତୃତ୍ୱର କୌଣସି ଭୂମିକା ନାହିଁ। କୌଣସି ଆସନରେ କଂଗ୍ରେସ ନେତୃତ୍ୱର ପ୍ରଭାବ ନାହିଁ। ସେ କହିଛନ୍ତି ଯେ କଂଗ୍ରେସ ଯୋଗୁଁ ଅନେକ ଆଞ୍ଚଳିକ ଦଳ ହାରିଛନ୍ତି। ଗୁଲାମ ନବୀ ଆଜାଦ ମଧ୍ୟ ବିରୋଧୀଙ୍କ ଏକତା ସମ୍ଭାବନାକୁ ବି ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି।

ଏକଦା ଜଣେ ଶକ୍ତିଶାଳୀ କଂଗ୍ରେସ ନେତା ଥିବା ଆଜାଦ ତାଙ୍କ ଆତ୍ମଜୀବନୀ ‘ଆଜାଦ’ରେ ହିମନ୍ତ ବିଶ୍ୱ ଶର୍ମା ଏବଂ ଅନ୍ୟ କିଛି ଘଟଣାଉପରେ ଆଲୋକପାତ କରିଛନ୍ତି। ଗୁଲାମ ନବୀ ଆଜାଦ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ କୁହାଯାଇଥିଲା ଯେ ଆସାମର ପ୍ରମୁଖ କଂଗ୍ରେସ ନେତା ହେମନ୍ତ ବିଶ୍ୱ ଶର୍ମାଙ୍କ ପାଖରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେ ବିଦ୍ରୋହ କରିବା ସହିତ ଦଳ ଛାଡିବାକୁ ଯାଉଛନ୍ତି, ସେତେବେଳେ କଂଗ୍ରେସ ନେତାଙ୍କ ସ୍ପଷ୍ଟ ଉତ୍ତର ଥିଲା ଯେ “ତାଙ୍କୁ ଯିବାକୁ ଦିଅ”।

nis-ad
Leave A Reply

Your email address will not be published.