ବ୍ରହ୍ମପୁର ଠାକୁରାଣୀ ଯାତ୍ରା : ମଧ୍ୟ ରାତିରେ ବାପା ଘରକୁ ଆସିବେ ମାଆ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି..

ବ୍ରହ୍ମପୁର : ଚୈତ୍ର ମାସର ଶେଷ ମଙ୍ଗଳବାର । ଆଜି ମଧ୍ୟ ରାତିରେ ଶାଶୁ ଘରୁ ବାପା ଘରକୁ ଆସିବେ ମାଆ ବୁଢି ଠାକୁରାଣୀ । ଏଥିପାଇଁ ବାପ ଘର ଲୋକ ପୁରା ପ୍ରସ୍ତୁତ ଅଛନ୍ତି । ଝିଅ ଆସିବେ ବୋଲି ଘରକୁ ସଜବାଜ କରିଛନ୍ତି ବାପା । ଅସ୍ଥାୟୀ ମଣ୍ଡପ ସହ ପୁରା ଦେଶିବେହେରା ସାହି, ବଜାର ଅଂଚଳ ଛେମୁଣ୍ଡିଆରେ ପରିପୂର୍ଣ ହୋଇଛି ଅଂଚଳ ।
ସେପଟେ ଶାଶୁ ଘର ଅର୍ଥାତ ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ଏଥିପାଇଁ ମାଆଙ୍କୁ ଦର୍ଶନ କରିବାକୁ ମନ୍ଦିରରେ ଲାଗିଛି ପ୍ରବଳ ଭିଡ଼ । ଶାଶୁ ଘର ଅଂଚଳରେ ଭକ୍ତ ଟିକେ ଦୁଃଖ କରୁଥିବା ବେଳେ ସେପଟେ ମାଆ ଘର ଅଂଚଳରେ ଖୁସିର ମାହୋଲ ଦେଖାଦେଇଛି ।

nis-ad
Leave A Reply

Your email address will not be published.